Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡ଼ିଶା ମିଳିତ ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦୀପ ଦାନ

ସମ୍ବଲପୁର:ଆଜି “ପଶ୍ଚିମ ଓଡ଼ିଶା ମିଳିତ ଛାତ୍ର କ୍ରିୟାନୁଷ୍ଠାନ କମିଟି” ର ଆବାହକ ସୌରଭ ରଞ୍ଜନ ମହାପାତ୍ର ଙ୍କ ନେତୃତ୍ୱ ରେ ପାକ୍ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଭାରତୀୟ ପ୍ରାଣ ହରେଇ ଥିବା ଆତ୍ମା ର ସତଗତି ପାଇଁ ଗୋଲବଜାର ଛକ ସ୍ଥିତ ମାଁ ଦୁର୍ଗା ମନ୍ଦିର ରେ ୨୬ ଟି ଦୀପ ଦାନ କରାଗଲା। ଏହା ସହ ଆତଙ୍କବାଦୀଙ୍କ ଆକ୍ରମଣ ରେ ଆହତ ହୋଇଥିବା ଭାରତୀୟଙ୍କ ଆଶୁ ଆରୋଗ୍ୟ କାମନା କରି ମାଁ ଙ୍କ ପାଖ ରେ ପ୍ରାର୍ଥନା କରା ଯାଇ ଥିଲା।
ଦୀପ ଦାନ କାର୍ଯକ୍ରମ ଓ ପ୍ରାର୍ଥନା ପରେ ଗୋଲବାଜର ଛକ ସ୍ଥିତ ସହିଦ ଭଗତ ସିଂହ ସ୍ମୃତି ପୀଠ ସମ୍ମୁଖ ରେ “ସମ୍ବଲପୁର ବିଚାର ମଞ୍ଚ” ର ଆବାହକ ଶ୍ରୀ ବେଣୁଧର ଦାସଙ୍କ ସଭାପତିତ୍ବ ରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ଏହି ପ୍ରତିବାଦ ସଭା ରେ “ସମ୍ବଲପୁର ବିକାଶ ମଞ୍ଚ” ର ଆବାହକ ଦେବାଶିଷ ପୁରୋହିତ, ଓଡ଼ିଶା ସାଂସ୍କୃତିକ ସମାଜ ର ସମ୍ପାଦକ ଶ୍ରୀ ଦୀନବନ୍ଧୁ ପଣ୍ଡା, ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ର ସମ୍ପାଦକ ତଥା ଶିକ୍ଷାବିତ୍ ଶ୍ରୀ ରାଜେନ୍ଦ୍ର ପଣ୍ଡା, “ପଶ୍ଚିମାଞ୍ଚଳ ଏକତା ମଞ୍ଚ” ର ସଂଯୋଜକ ଶ୍ରୀ ମାନସ ବକ୍ସି, “ସମ୍ବଲପୁର ବାର ଏସୋଶିଏସନ୍” ର ଉପସଭାପତି ଶ୍ରୀ ଅରବିନ୍ଦ ନାୟକ, ସହ ସମ୍ପାଦକ ଶ୍ରୀ ପ୍ରଦୀପ ସୂପକାର, ବରିଷ୍ଠ ଆଇନଜୀବି ଶ୍ରୀ ବସନ୍ତ ମିଶ୍ର, ବରିଷ୍ଠ ଆଇନଜୀବି ଶ୍ରୀ ସଞ୍ଜୀବ ଷଡ଼ଙ୍ଗୀ, ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ସଭାପତି ଶ୍ରୀ ସଞ୍ଜୟ ବାବୁ , ପଶ୍ଚିମ ଓଡ଼ିଶା ବ୍ରାହ୍ମଣ ସମାଜ ର ଉପଦେଷ୍ଟା ଶ୍ରୀ ଫଣିନ୍ଦ୍ର ପଣ୍ଡା, ମାରୱାଡ଼ି ଯୁବା ମଞ୍ଚ ର ସମ୍ପାଦକ ଶ୍ରୀ ମୋହିତ ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ଶ୍ରୀମତୀ ସବିତା ମିଶ୍ର ଓ ବୀରେନ୍ଦ୍ର ପାଣିଗ୍ରାହୀ, ହେଲ୍ପିଂ ହେଣ୍ଡ ର ସଭାପତି ଇଂ. ଜୟଜିତ୍ ସାହୁ, ବରିଷ୍ଠ ନାଗରିକ ଫୋରମ୍ ର ସଭାପତି ଶ୍ରୀ ବିଷ୍ଣୁ ଗୁରୁ, ସଂସ୍କୃତି ରତ୍ନ ଶ୍ରୀ କାର୍ତ୍ତିକ ବହିଦାର, ବରିଷ୍ଠ ନାରୀ ନେତ୍ରୀ ତଥା ସମାଜ ସେବୀ ଶ୍ରୀମତୀ ଶକୁନ୍ତଳା ମହାପାତ୍ର ଓ ଶ୍ରୀମତୀ ରୁନୁ ପ୍ରଧାନ, ପଶ୍ଚିମ ଓଡ଼ିଶା ପୂର୍ବତନ ସୈନିକ ସଂଘ ର ରାଜକିଶୋର ପଣ୍ଡା, ସମ୍ବଳ ର ସମ୍ପାଦକ ସୁବ୍ରତ ପଣ୍ଡା, ଦୋସ୍ତ ଅନୁଷ୍ଠାନ ର ସଭାପତି ଅଭିଳାଷ ପଣ୍ଡା, କୁଲୁଥକାନି ଶୀତଳଷଷ୍ଠୀ ଯାତ୍ରା କମିଟି ର ସମ୍ପାଦକ ରବି ପଣ୍ଡା, ଅର୍.ଏସ.ଏସ. ର ବରିଷ୍ଠ ସ୍ଵୟଂ ସେବକ ଶ୍ରୀ ରାମେଶ୍ବର ପୁରୋହିତ, ପର୍ଶୁରାମ ଜନ୍ମୋତ୍ସବ କମିଟି ର ସମ୍ପାଦକ ଶ୍ରୀ ମହେଶ ଶର୍ମା, ବିହାରୀ ସମାଜ ର ସମ୍ପାଦକ ରାହୁଲ ସାହା, ଚେତନା ନାଗରିକ କମିଟି ର ସୁରଜ୍ ଗୁରୁ, ପୂର୍ବତନ ଶିକ୍ଷାବିତ୍ ଶ୍ରୀ ମୁରାରି ଗୁରୁ, ଯୁବ ସଂଗଠକ ସାଗର ବିନ୍ଦୁ ମହାପାତ୍ର, ନାରୀ ନେତ୍ରୀ ମମତା ପଣ୍ଡା, ଶିବଶଙ୍କର ଦାସ, ଛାତ୍ର ନେତା ଶୁଭମ୍ ସିଂ, ଚିଣ୍ଟୁ ବାରିକ ସହ ଅନେକ ବୁଦ୍ଧିଜୀବି ତଥା ସମ୍ବଲପୁର ର ବିଭିନ୍ନ ସାମାଜିକ ସଂଗଠନ ରେ ସଂପୃକ୍ତ ଶତାଧିକ ମାନ୍ୟ ଗନ୍ୟ ପ୍ରମୁଖ ବ୍ୟକ୍ତି ଯୋଗ ଦେଇଥିଲେ।