ଢାବା ମାଲିକଙ୍କୁ ଗୁଳି ମାରି ଫେରାର ହେବା ବେଳେ ଦୁଇ ଡକାୟତଙ୍କୁ ଏନକାଉଣ୍ଟର


ଓଡ଼ିଶା ଡଟ୍ ନ୍ୟୁଜ୍: ରାଉରକେଲାରେ ଏନକାଉଣ୍ଟର । ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କଲା ପୋଲିସ । ଜଣେ ଢାବା ମାଲିକଙ୍କୁ ଗୁଳି ମାରି ଫେରାର ହେବା ବେଳେ ପୋଲିସ କରିଛି ଏନକାଉଣ୍ଟର । ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ ଡୁଗ୍ରୁ ଢାବା ମାଲିକଙ୍କ ଉପରେ ଗୁଳିମାଡ଼ ହୋଇଛି । ଏଥିରେ ତାଙ୍କ ଗୋଡରେ ଗୁଳି ବାଜିଛି । ୬ରୁ ୭ ଦୁର୍ବୃତ୍ତ ବନ୍ଧୁକ ଓ ଛୁରୀ ଦେଖାଇ ଡକାୟତି କରିବାକୁ ଉଦ୍ୟମ କରିଥିଲେ । ସେମାନେ ଗୁଳିମାଡ଼ କରି ଫେରାର ହେବା ବେଳେ ପୋଲିସ ସହ ହୋଇଛି ଗୁଳି ବିନିମୟ ହୋଇଥିଲା । 

ଦୃର୍ବୁତ୍ତମାନେ ପୋଲିସକୁ ଦେଖି ଗୁଳିମାଡ କରିଥିଲେ । ଏହାର ପାଲଟା ଜବାବ ଦେଇଛି ପୋଲିସ । ଏନକାଉଣ୍ଟରରେ ଦୁଇ ଜଣ ଅଭିଯୁକ୍ତ ଆହତ ହୋଇଛନ୍ତି । ଦୁଇ ଜଣଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ରାଉରକେଲାରେ ଏପରି ଏନକାଉଣ୍ଟର ହୋଇଛି ।

ଦିନ ହେଉ ଅବା ରାତି, ରାଉରକେଲାରେ ମାତିଛନ୍ତି ଅପରାଧୀ । କେତେବେଳେ ଡକାୟତି ପାଇଁ ତ ଆଉ କେତେବେଳେ ନିଶା ଓ ପୂର୍ବ ଶତ୍ରୁତାରୁ ହେଉଛି ଆକ୍ରମଣ । କିଛି ଦିନ ତଳେ ରାଉରକେଲାରେ ପୋଲିସ ଏନକାଉଣ୍ଟର ହୋଇଥିଲା । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବାୟାସ ଲକୁଆ ଆହତ ହୋଇଥିଲା ।