Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୋକାନ ବଜାର ଆଡକୁ ମାଡିଗଲା ଟାଟା ଆଇଚର ଗାଡି : ୧୦ ଆହାତ, ୫ ଗୁରୁତର

ବାଲିଗୁଡ଼ା, ତା, ୨୫/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବଜାର ରେ ବଡ଼ ଦୁର୍ଘଟଣା ଘଟାଇଲା ଟାଟା ଆଇଚର ଗାଡି | ବେପରୁଆ ଗାଡି ଚଳାଇ ଚଢ଼ିଗଲା ଦୋକାନ ବଜାର ଆଡକୁ,ଲୋକଙ୍କ ହୋ ହାଲ୍ଲା ପାଟିତୁଣ୍ଡ ଭିତରେ ଘଟଣା ସ୍ଥଳରୁ ଗାଡି ଟି ଫେରାର ହୋଇଯାଇଥିଲା |ପ୍ରତ୍ୟକ୍ଷଦର୍ଶୀ ଙ୍କ ସୂଚନା ଅନୁଯାଇ ଟାଟା ଆଇଚର ଗାଡି ଟି ମୁନିଗୁଡା ରୁ ତୁମୁଡିବନ୍ଧ ଆଡକୁ ଆସିବା ବେଳେ କୋଟଗଡ଼ ବଜାରରେ ହଠାତ ବହୁ ଜୋରରେ ଏକ ଗୁପଚୁପ ଦୋକାନକୁ ଧକ୍କା ଦେଇ ସେହି ରାସ୍ତା କଡରେ ଥିବା ଏକାଧିକ ଦୋକାନ ଆଡକୁ ମାଡ଼ିଯିବା ଫଳରେ ସେଠାରେ ଉପସ୍ଥିତ ଥିବା ବହୁ ଉଠାଦୋକାନୀ ଓ ବାଇକ ଆରୋହୀ ସମେତ ବହୁ ଗ୍ରାହକମାନଙ୍କୁ ଜୋରରେ ଧକ୍କା ଦେଇଥିଲା | ତାପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ବହୁ ଗୁରୁତର ଲୋକଙ୍କୁ କୋଟଗଡ ପ୍ରାଥମିକ ଡାକ୍ତରଖାନା ରେ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସଳୟ କୁ ଆମ୍ବୁଲାନ୍ସ ଯୋଗେ ବିଜୟ କୁମାର ସାମଲ, ନିଶାନ୍ତ ବଡ଼ମାଝୀ, ଛବିଳ ମୁଠା ମାଝୀ, ସାସନ୍ତି ବଡ଼ ମାଝୀ ୪ ଜଣକୁ ପଠା ଯାଇଛି | ଦୁର୍ଘଟଣା ଏଭଳି ଥିଲା ଯେ ଏକାଧିକ ଗୁରୁତରଙ୍କ ଅବସ୍ଥା ସଂକଟା ପର୍ଣ୍ଣ ରହିଛି |ତୁମୁଡିବନ୍ଧ ପୁଲିସ ଦୁର୍ଘଟଣା ଘଟଇଥିବା କୋକୋକୋଲା କମ୍ପାନୀର ଖାଲି ବୋତଲ ଲୋଡିଂ ଗାଡିକୁ ଜବତ କରିବା ସହ ଚାଳକଙ୍କୁ କୋଟଗଡ ଥାନା ଅଧିକାରୀଙ୍କ ନିକଟରେ ହସ୍ତାନ୍ତର କରିଥିବା ଦେଖିବାକୁ ମିଳିଛି | କ୍ଷତିପୂରଣ ଦାବିରେ କୋଟଗଡ ଥାନାରେ ଏତଲା ହୋଇଥିବା ଜଣାପଡିଛି | ଏବେ ଲୋକଙ୍କ ଅପେକ୍ଷା ପୁଲିସ ର କାର୍ଯ୍ୟାନୁଷ୍ଠାନ ଉପରେ….