Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଫୁଳା ଗ୍ରାମ ପଞ୍ଚାୟତର ବିକାଶ ଧାରା ବାଧାପ୍ରାପ୍ତ କୁ ନେଇ ପ୍ରଶାସନିକ ହସ୍ତକ୍ଷେପ ଜରୁରୀ ବୋଲି ପଞ୍ଚାୟତ ବୈଠକରେ ନିଷ୍ପତ୍ତି

ବୀରାମହାରାଜ ପୁର : (ସୌମିତ୍ରି ମେହେର)
ଜାତୀୟ ପଂଚାୟତ ରାଜ ଦିବସ ଅବସରରେ ଉଫୁଲା ଗ୍ରାମ ପଂଚାୟତର ମାସିକ ବୈଠକ ସରପଞ୍ଚ ଶ୍ରୀୟା କର୍ମି ଙ୍କ ପୌରାହିତ୍ୟ ରେ ପଂଚାୟତ ସଭାଗୃହ ରେ ଅନୁଷ୍ଠିତ ହୋଇ ଥିଲା l ପୂର୍ବତନ ପି ଇ ଓ ଗୌର ଚନ୍ଦ୍ର ସାହୁ ହରିଶ୍ଚନ୍ଦ୍ର ଯୋଜନା ସମେତ ଅନ୍ୟାନ୍ୟ ସରକାରୀ ଯୋଜନା ରୂପାୟନ ରେ ଅସହଯୋଗ କରୁଥିବା, ନିୟମିତ ଗ୍ରାମ ପଂଚାୟତକୁ ଆସୁ ନ ଥିବା ଯୋଗୁଁ ଜନ ସାଧାରଣ ନାହି ନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଆସୁଥିଲା । ଏହାକୁ ଭିତ୍ତି କରି ବ୍ଲକ ପ୍ରଶାସନ ଶ୍ରୀସାହୁଙ୍କୁ ବଦଳି କରିବା ଓ ହିଲୁଙ୍ଗ ପି ଇ ଓ ମିତାଞ୍ଜଳି ରଥ ନୂତନ ପଂଚାୟତ କାର୍ଯ୍ୟ ନିର୍ବାହୀ ଭାବରେ ଯୋଗଦେବା ପାଇଁ ଆଦେଶ ହୋଇଛି ।ତଥାପି ମଧ୍ୟ ଦୀର୍ଘ ୨୦ ଦିନ ହେବ ଦାୟିତ୍ୱ ହସ୍ତାନ୍ତରଣ ପ୍ରକ୍ରିୟା ହୋଇ ନଥିବାରୁ ଉଫୁଲା ଗ୍ରାମ ପଞ୍ଚାୟତ ଆର୍ଥିକ ଦେଣନେଣ ଠପ ହେବା ସହ ସାମୂହିକ ବିକାଶ ସମ୍ପୂର୍ଣ ବନ୍ଦ ହୋଇଯାଇଛି । ଏ ନେଇ ମାସିକ ବୈଠକ ରେ ଉପସ୍ଥିତ ସମସ୍ତ ୱାର୍ଡ ମେମ୍ବର ଉଦ୍‌ବେଗ ପ୍ରକାଶ କରିଥିଲେ । ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ଶୀଘ୍ର ସମାପ୍ତ ପାଇଁ ସଭାରେ ସିଦ୍ଧାନ୍ତ ଗ୍ରହଣ କରା ଯାଇଛି l ନୂତନ ପି ଇ ଓ ଙ୍କ ନମୂନା ସ୍ବାକ୍ଷର ବ୍ୟାଙ୍କ କୁ ପ୍ରଦାନ କରିବାକୁ ଓ ନୂତନ ଡ଼ି ଏସ ସି ପ୍ରସ୍ତୁତ କରିବାକୁ ଆଶୁ ପଦକ୍ଷେପ ନେବାକୁ ପ୍ରସ୍ତାବ ହୋଇଛି ।ଦାୟିତ୍ୱ ପ୍ରଦାନ ପରେ ହରିଶ୍ଚନ୍ଦ୍ର ଓ ସାମାଜିକ ସୁରକ୍ଷା ଭତ୍ତା ହିତାଧିକାରୀ ଙ୍କ ଅନୁଦାନ ରାଶି ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ସଭା ପରାମର୍ଶ ଦେଲା l ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଜଳଛତ୍ର ସୁପରିଚାଳନା, ପିଇବା ପାଣି ସମସ୍ୟା ଗୋଷ୍ଠୀ ଭାଗିଦାରୀ ଓ ନିର୍ବାଚିତ ପ୍ରତିନିଧି ପ୍ରଶାସନ ସହଯୋଗ କ୍ରମେ ସମାଧାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ଗୁରୁବାର ବୈଠକରେ ୱାର୍ଡ ମେମ୍ବର ଘାସିରାମ ବାଦୀ , ଗୋପୀନାଥ ନାଏକ , ଗୌରହରୀ ସାହୁ , ରୁକସାନା ବିବି, ଶିବାନୀ ସାହୁ , ଧରିତ୍ରୀ ବାଘ , କଳ୍ପନା ଓତl , ବୁଲି ପଲେଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ