Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ:କର୍ଣ୍ଣାଟକେଶ୍ୱରଙ୍କ ନଗର ପରିକ୍ରମା

ସମ୍ବଲପୁର:ଗୋଡଭଗାକ୍ୟାମ୍ପ ଜଗନ୍ନାଥ ମନ୍ଦିର ଉପଲକ୍ଷେ ମୁରାସୁର ବଦ୍ଧ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ସଭାପତି ସୁନୀଲ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ କଳାମାଟି ସରପପଞ୍ଚ ସୁଷମା ସାହୁ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ପ୍ରଧାନ,ଗୋଡଭଗା ସରପଞ୍ଚ ମଞ୍ଜୁଲତା ସେଟ,ଲହଣ୍ଡା ସରପଞ୍ଚ ଅର୍ଜୁନ ନାଏକ,ଦୁଲମପୁର ସରପଞ୍ଚ ଭି.ଭେଙ୍କେନା ବାବୁ,କଳାମାଟି ସମିତି ସଭ୍ୟା ରୀନା ତରିଆ,ଗୋଡଭଗା ସମିତି ସଭ୍ୟା ପଙ୍କଜିନି ବାଗ ପ୍ରମୁଖଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଏହାପରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଓ ନଡିଆ ବାଡେଇ ଗୋଡଭଗାକ୍ୟାମ୍ପ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟିତ କରାଯାଇଥିଲା । ଆଜି ଅନୁଷ୍ଟିତ ମୁରାସୁର ଦରବାର କାର୍ଯ୍ୟକ୍ରମରେ ରାଜା କର୍ଣ୍ଣାଟକେଶ୍ୱରଙ୍କ ନଗର ପରିକ୍ରମା ଓ ମୁରାସୁରଙ୍କ ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା । ନଗର ପରିକ୍ରମା ଶ୍ରୀ ଜଗନ୍ନାଥ ମନ୍ଦିରରୁ ବାହାରି ସମଲେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଯାଇ ଗୋଡଭଗା କଲେଜ ପଡିଆସ୍ଥିତ ଦରବାରକୁ ପ୍ରତ୍ୟାବର୍ତନ କରିଥିଲା । ଦରବାରରେ ରାଜା କର୍ଣ୍ଣାଟକେଶ୍ୱରଙ୍କୁ ମୁରାସୁର ଗାଦିଚ୍ୟୁତ କରି ରାଜ୍ୟ ଅଧିକାର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories