ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କାନପୁର ଗାଁରେ ଶୁକ୍ରବାର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ବଳଦର ମୃତ୍ୟୁ ହୋଇଥିବା ଜଣାଯାଇଛି । ଦୁଇ ମୃତ ବଳଦ ହଳକ କାନପୁର ଗାଁ ର ବଣ୍ଡକୁ ଖମାରୀଙ୍କ ହୋଇଥିବା ଜଣାପଡିଛି । ଗୁରୁବାର ସଂଧ୍ୟାରେ ହୋଇଥିବା ଝଡ ପବନରେ ଗାଁମୁଣ୍ଡ ଚାଷ ଜମି ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡିଥିଲା । ତେବେ ଶୁକ୍ରବାର ସକାଳୁ ଚରିବାକୁ ବାହାରିଥିବା ଦୁଇ ବଳଦ ଚାଷ ଜମିରେ ପଡିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଲାଗି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ବଳଦ ହଳକର ପ୍ରାଣ ଚାଲିଯାଇଥିଲା । ମୃତ ଦୁଇ ବଳଦ ର ମୁଲ୍ୟ ପ୍ରାୟ ୬୦ ହଜାର ହେବବୋଲି ବଣ୍ଡକୁ ଖମାରୀ କହିଛନ୍ତି । ଏଣୁ ବିଦ୍ୟୁତ ବିଭାଗ ର ଅବହେଲା ଯୋଗୁ ଏପରି ଘଟଣା ଘଟିଥିବାରୁ ଏହାର କ୍ଷୟକ୍ଷତିର ଆକଳନ କରି କ୍ଷତିପୁରଣ ଯୋଗାଇଦେବାକୁ ଦାବୀ ହୋଇଛି ।
କାନପୁର ଗାଁ ମୁଣ୍ଡ ଚାଷ ଜମିରେ ରେ 11 କେ ଭି ବିଦ୍ୟୁତ ତାର ଲାଗି ଦୁଇ ବଳଦ ର ମୃତ୍ୟୁ
