Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଓକେରେ ହାହାକାର, ଲାଗିଲାଣି ଏମର୍ଜେନ୍ସି : ସରକାରୀ ଛୁଟି ବାତିଲ

ହାଲ ବେହାଲ ହେଲାଣି ପାକିସ୍ତାନର । ପାକିସ୍ତାନ ଭୟରେ ଥରହର । ସୂଚନା ଅନୁସାରେ ଦେଶର କିଛି ପ୍ରାନ୍ତରେ ବନ୍ଦ ହେଲାଣି ଶିକ୍ଷାନୁଷ୍ଠାନ । ଝେଲମ ନଦୀ ପାଣି ଭାରତ ଛାଡିଦେବା ପରେ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାକିସ୍ତାନର ମୁଜାଫରାବାଦରେ ଏମର୍ଜେନ୍ସି ଆଲର୍ଟ ଜାରି କରାଯାଇଛି । ବିନା କୌଣସି ସୂଚନାରେ ଭାରତ ଜଳ ଛାଡିଦେଇଥିବା ନେଇ ପାକିସ୍ତାନ ଅଭିଯୋଗ କରିଛି ।

ମୁଜାଫରାବାଦ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । କିଛି ଗାଁ ପୁରା ପାଣି ଘେରରେ ରହିଛି । ଲୋକଙ୍କୁ ଉଦ୍ଧାର କରିବାକୁ ଅପରେସନ ଜାରି ରହିଛି । ଗୋଟିଏ ପଟେ ଭାରତ ସିନ୍ଧୁ ନଦୀରେ ଡ୍ୟାମ ପାଣି ଅଟକ ରଖିଥିବା ପାକିସ୍ତାନରେ କିଛି ଅଞ୍ଚଳରେ ଜଳର ଅଭାବ ଦେଖାଦେଇଛି । ଅନ୍ୟ ପଟେ ଝେଲମ ନଦୀରେ ପାଣି ଛାଡିଦେବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ