Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାହ୍ନା ପକ୍ଷରୁ ଶ୍ରଦ୍ଧାଞ୍ଜଳି, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ସମ୍ବଲପୁର:କଲ୍ଯାଣ ନଗର ଓ ଏସ୍ ଆର୍ ଆଇ ଟି କଲୋନି ପକ୍ଷରୁ ଆଜି ପହଲଗାମ ଠାରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ନିରୀହ ହିନ୍ଦୁ ପର୍ଯ୍ୟଟକ ମାନଙ୍କୁ ହତ୍ୟା କରିବା ପ୍ରତିବାଦରେ ଦୀପଦାନ ସହ ନଗର ପରିକ୍ରମା କରି ଭାରତ ମାତା କି ଜୟ ପ୍ରତିଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ସ୍ଥାନୀୟ ହନୁମାନ ମନ୍ଦିର ରେ ଦୀପ ପ୍ରଜ୍ବଳନ କରି ଅମର ଆତ୍ମା ମାନଙ୍କ ସଦ୍ ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଏଥିରେ କାହ୍ନl ସଭାପତି ତ୍ରିଲୋଚନ ରାୟ, ସମ୍ପାଦକ ଦୀନବନ୍ଧୁ ପଣ୍ଡା, ଏସ୍ ଆର୍ ଆଇ ଟି କମିଟି ସମ୍ପାଦକ ଚନ୍ଦ୍ରକାନ୍ତ ମହାନ୍ତି, ସୁଶିଲ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେଇ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଥିଲେ ଓ ସରକାରଙ୍କୁ ଦୃଢ଼ ପଦକ୍ଷେପ ନେବାକୁ ଦାବୀ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭୂତି ଦାଶ, ଡ଼ୋଲାମଣୀ ମେହେର, ଅଶୋକ ଦାଶ, ଅନୁପ ବହୁଗୁଣା, ଅନୁରାଗ ଦାଶ, ପ୍ରଭାତ ଗୁରୁ, ସୋମ୍ୟ ମିଶ୍ର, ରଞ୍ଜିତ ସାହୁ, ରୂପୀତ ମିଶ୍ର, ଅର୍ପିତ ମିଶ୍ର, ଶିବ ଷଡଙ୍ଗୀ, ସୁବନ୍ଦିତା ମିଶ୍ର, ବୃନ୍ଦାବତୀ ଭୋଇ, ସଞ୍ଜୁ ବେହେରା, ସଞ୍ଜୁ ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ