Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇପିଏଲ ମଝିରୁ ମାଳଦ୍ୱୀପରେ ଛୁଟି କାଟିବାକୁ ଗଲେ ହାଇଦ୍ରାବାଦ ଟିମ୍

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ୍ ଆଇପିଏଲ ୨୦୨୫ ସିଜିନର ମଝିରେ ଛୁଟି କାଟିବାକୁ ନିଷ୍ପତ୍ତି ନେଇଛି ଟିମ୍। ଏହାର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ମାଳଦ୍ୱୀପରେ ପହଞ୍ଚି ସାରିଛନ୍ତି। ହାଇଦ୍ରାବାଦରେ ବର୍ତ୍ତମାନ କୌଣସି ମ୍ୟାଚ୍ ନାହିଁ, ତେଣୁ ଛୋଟ ବିରତି ସମୟରେ ଫ୍ରାଞ୍ଚାଇଜ୍ ଦଳର ସଦସ୍ୟମାନଙ୍କୁ ମାଳଦ୍ୱୀପ ନେବାକୁ ନିଷ୍ପତ୍ତି ନେଇଛି। ଯେଉଁଠାରେ ସେମାନେ ଛୁଟି ବିତାଉଛନ୍ତି।

ସନରାଇଜର୍ସକୁ ଏବେ ଟେବୁଲ ଟପ୍ପର ଗୁଜରାଟ ଟାଇଟାନ୍ସ ସହିତ ମୁକାବିଲା କରିବାକୁ ପଡିବ କିନ୍ତୁ ଏଥିପାଇଁ ଏବେ ବି ସମୟ ଅଛି। ସନରାଇଜର୍ସ ହାଇଦ୍ରାବାଦ ସୋସିଆଲ ମିଡିଆରେ ମାଳଦ୍ୱୀପ ପହଞ୍ଚିବାର ଏକ ଭିଡିଓ ସେୟାର ମଧ୍ୟ କରିଛି। ଯେଉଁଥିରେ ଦଳର ସଦସ୍ୟମାନେ ବିମାନବନ୍ଦରରେ ଦେଖାଯାଉଛନ୍ତି।

ଏହି ସିଜିନ୍ ହାଇଦ୍ରାବାଦ ପାଇଁ କିଛି ବିଶେଷ ହୋଇନାହିଁ ଏବଂ ଏହା ବର୍ତ୍ତମାନ ନଅଟି ମ୍ୟାଚ୍ ରୁ ତିନୋଟି ବିଜୟ ଏବଂ ଛଅଟି ପରାଜୟ ସହିତ ଛଅ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନରେ ଅଛି। ସନରାଇଜର୍ସ ହାଇଦ୍ରାବାଦ ତା’ର ପୂର୍ବ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ପରାସ୍ତ କରି ପ୍ଲେଅଫ୍‌ ପାଇଁ ଆଶା ଉଜ୍ଜୀବିତ ରଖିଛି। ଏହା ଚେପକରେ ହାଇଦ୍ରାବାଦର ପ୍ରଥମ ବିଜୟ ଥିଲା। ଶୁକ୍ରବାର ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ, CSK 20 ଓଭରରେ ୧୦ ୱିକେଟ୍ ହରାଇ ୧୫୪ ରନ୍ କରିଥିଲା। ଜବାବରେ ହାଇଦ୍ରାବାଦ ୧୮.୪ ଓଭରରେ ପାଞ୍ଚ ୱିକେଟ୍ ହରାଇ ୧୫୫ ରନ୍ କରି ମ୍ୟାଚ୍ ଜିତି ନେଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ