ବସ୍ ଓଲଟି ଜଣେ ମୃତ, ୫ ଶ୍ରମିକ ଗୁରୁତର


ଓଡ଼ିଶା ଡଟ୍ ନ୍ୟୁଜ୍: ସୁନ୍ଦରଗଡ଼ ଜିଲ୍ଲା ଦୁଲିଙ୍ଗା ସ୍ଥିତ ଏନଟିପିସି କୋଇଲା ଖଣି ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ବସଟି ଶ୍ରମିକମାନଙ୍କୁ ହେମଗିରି ଥାନା ଡୁଲିଙ୍ଗା କୋଇଲା ଖଣିକୁ ନେଇ ଯାଉଥିଲା । ଏହି ସମୟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଆହତମାନଙ୍କୁ ବ୍ରଜରାଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ଶ୍ରମିକମାନେ କାର୍ଯ୍ୟବନ୍ଦ କରି ଆନ୍ଦୋଳନ ଜାରି ରଖିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୃତୟନ କରାଯାଇଛି ।