ଓଡ଼ିଶା ଡଟ୍ ନ୍ୟୁଜ୍: ଯେକୌଣସି ସମୟରେ ପାକିସ୍ତାନ ବିରୋଧରେ ଭାରତ ଯୁଦ୍ଧ ଘୋଷଣା କରିପାରେ । ବର୍ତ୍ତମାନ ଭାରତ ପାକିସ୍ତାନକୁ ଚାରିପଟୁ ଘେରି ସାରିଛି । ଆଉ ଏହାରି ଭିତରେ ନୂଆଦିଲ୍ଲୀ ଘନ ଘନ ବୈଠକ କରୁଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ପୁଣି ଆଜି ଉଭୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଏମିତି ବି ଶୁଣିବାକୁ ମିଳୁଛି, ଏହି ବୈଠକରେ ପାକିସ୍ତାନ ବିରୋଧରେ ମିଲିଟାରୀ ଆକ୍ସନର ନିଷ୍ପତ୍ତି ନିଆଯାଇପାରେ । ଆଉ ଯଦି ଏମିତି ହେଲା, ଭାରତର ସେନା ମୁଖ୍ୟ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିବା ବାକି ରହିଯିବ । ଆଉ ଏହାପରେ ପାକିସ୍ତାନ ଉପରେ ସ୍ଥଳ, ଜଳ ଓ ଆକାଶ ମାର୍ଗରୁ ଆରମ୍ଭ ହୋଇଯିବ ଘନ ଘନ ଆକ୍ରମଣ ।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି, ଆକ୍ରମଣର ୫ ଦିନ ପୂର୍ବରୁ ବୈସାରଣ ଭ୍ୟାଲି ଉପରେ ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଥିଲା । ଡ୍ରୋନ ଜରିଆରେ ଆତଙ୍କବାଦୀ ରେକି କରିଥିଲେ । ଏହାସହ ଆତଙ୍କୀ ୨୨ ଘଣ୍ଟା ଧରି ପାହଡ଼ି ରାସ୍ତାରେ ଚାଲି ଚାଲି ବୈସାରଣ ଭ୍ୟାଲିରେ ପହଞ୍ଚିଥିବା ବି ଜଣାପଡିଛି । ସେପଟେ ସୀମାରେ ଏବେ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲଙ୍ଘନ ଜାରି ରହିଛି । ଚତୁର୍ଥ ଦିନରେ ଏଲଓସିରେ ଫାୟାରିଂ କରିଛନ୍ତି ପାକ୍ ସେନା । ଯାହାର କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ ।