Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟର ଅଭିନବ ପ୍ରୟାସ:ବିଲୁପ୍ତ ପ୍ରାୟ ଘରଚଟିଆ ଓ ପକ୍ଷୀଙ୍କ ପାଇଁ ବସା ନିର୍ମାଣ

ସମ୍ବଲପୁର: ପରିବର୍ତ୍ତନ, ସହରୀକରଣ ଓ ପ୍ରଦୂଷଣ କାରଣରୁ ଏବେ ବିଲୁପ୍ତ ପ୍ରାୟ ଘରଚଟିଆ ଓ ପକ୍ଷୀ । ଏକଦା ବହୁଳମାତ୍ରାରେ ନଜର ଆସୁଥିବା ଏହି ପକ୍ଷୀ ଏବେ ଅଦୃଶ୍ୟପ୍ରାୟ ଯାହାକୁ ନେଇ ପରିବେଶବିତ ଓ ପ୍ରକୃତିପ୍ରେମୀମାନେ ଚିନ୍ତା ବ୍ୟକ୍ତ କରିଆସୁଛନ୍ତି। ସେମାନଙ୍କ ଅସ୍ତିତ୍ବ ନିଶ୍ଚିହ୍ନ ହୋଇଯିବା ପୂର୍ବରୁ ସେମାନଙ୍କ ପାଇଁ ଅନୁକୂଳ ବାତାବରଣ ପ୍ରୟାସ ଆରମ୍ଭ ହୋଇଛି।
ସମ୍ବଲେଶ୍ବରୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମନ୍ଦିର ଘରଚଟିଆ ଓ ପକ୍ଷୀଙ୍କ ପାଇଁ ଆଶ୍ରୟସ୍ଥଳୀ କରାଯାଇଛି। ସେମାନଙ୍କର ହ୍ରାସ ପାଉଥିବା ଜନସଂଖ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରହିଛି। ଏହାରି ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମ୍ବଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଗ୍ରହଣ କରିଛି। ଏହି ବିଲୁପ୍ତ ପ୍ରାୟ ପକ୍ଷୀଙ୍କୁ ସୁରକ୍ଷା ଦେବା ସେମାନଙ୍କ ବସବାସ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତ କରାଯାଇଛି କୃତ୍ରିମ ବସା । ଘରଚଟିଆମାନେ ଏଠାକୁ ଆସି ବସବାସ କରିବେ ଓ ସେମାନଙ୍କ ବଂଶବୃଦ୍ଧି ହେବ ବୋଲି ଆଶା ବ୍ୟକ୍ତ କରାଯାଉଛି । ମନ୍ଦିର ପ୍ରାଙ୍ଗଣରେ ଝୁଲାଯାଇଛି ପ୍ରାୟ ୨୦ ଟି ବସା । ମନ୍ଦିର ପ୍ରାଙ୍ଗଣରେ ଥିବା ଗଛ ଗୁଡିକରେ ବସା ପ୍ରସ୍ତୁତ କରାଯାଇଛି। ଅବିକଳ ସେମାନଙ୍କ ବସା ଆକାରରେ ଏହାକୁ ଝୁଲନ୍ତା ଅବସ୍ଥାରେ ରଖାଯାଇଛି। ମୁଖ୍ୟତଃ ପର୍ଯ୍ୟଟକମାନଙ୍କୁ ଛଡା ଯାଉନଥିବା ୱାଚ-ଟାୱାରର ଏହି ପ୍ରଥମ ମହଲାରେ ଏହି ବ୍ୟବସ୍ଥା କରାଯାଇଛି। ଏହି ସ୍ଥାନରେ ଲୋକଙ୍କ ଯାତାୟତ ପ୍ରାୟ ନଥ୍‌ବାରୁ ଏହି ସ୍ଥାନକୁ ଘରଚଟିଆମାନେ ନିଜର ବସା ଭାବେ ସୁରକ୍ଷିତ ମଣିବେ ବୋଲି ଭାବି ଏହି ପଦକ୍ଷେପ ନିଆଯାଇଛି। ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟବାବୁ କହିଛନ୍ତି ମା’ଙ୍କ ପୀଠର ଯେଉଁ ଉନ୍ନତୀକରଣ ହୋଇଛି ତାର ପରିବେଶକୁ ଆହୁରି ଉନ୍ନ‌ତ କରିବା ପାଇଁ ଏଠି ପକ୍ଷୀ କଳରବ ଶୁଭିବାର ଆବଶ୍ୟକ‌ତା ରହିଛି । ତାହାକୁ ଦୃଷ୍ଟିରେ ରଖ୍ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସହରୀକରଣ ଫଳରେ ଏବେ କଂକ୍ରିଟ ଜଙ୍ଗଲ ପରି ସ୍ଥିତି ସୃଷ୍ଟି ହେଲାଣି । ଘରଚଟିଆ, ବଣି ଭଳି ପକ୍ଷୀ ନିଶ୍ଚିହ୍ନ ହେବାରେ ଲାଗିଲେଣି| ତାଙ୍କୁ ସୁରକ୍ଷା ଦେବା ପାଇଁ ଆମ ସମ୍ବଲପୁରର କିଛି ବ୍ୟକ୍ତି ଏହି ଦିଗରେ ଉଦ୍ୟମ କରିଆସୁଛନ୍ତି। ସେମାନଙ୍କଠାରୁ ପ୍ରେରଣା ନେଇ ସମଲେଶ୍ଵରୀ ମନ୍ଦିର ପରିସରରେ ଏହି ବ୍ୟବସ୍ଥା କରିବାକୁ ଚିନ୍ତା କରାଯାଇଛି।ମନ୍ଦିର ପ୍ରାଙ୍ଗଣରେ ବହୁ ସୁରକ୍ଷିତ ସ୍ଥାନ ଅଛି ଏବଂ ବହୁତ ଘରଚଟିଆ ରହିଲା ଭଳି ଗଛ ମଧ୍ୟ ଲଗାଇଛୁ । ଯାହା ବିଶେଷଜ୍ଞଙ୍କଠାରୁ ଜାଣିବାକୁ ପାଇଲୁ ଯେ, ଘରଚଟିଆ ଉକ୍ତ ବସାକୁ ଆସିବା ପାଇଁ କିଛି ଦିନ ଅପେକ୍ଷା କରିବାକୁ ହେବ। ଯେଉଁ ଜାଗାରେ ସେମାନଙ୍କର ବସା, ଖାଦ୍ୟ, ପିଇବା ପାଣିର ବ୍ୟବସ୍ଥା କରାଯାଇଛି ତାହା ସମ୍ପୂର୍ଣ ନିରାପଦ ସ୍ଥାନ। ଆଶା କରାଯାଉଛି ଖୁବଶୀଘ୍ର ଏଠି ଘରଚଟିଆ ଆସି ବସା ବାନ୍ଧିବେ ଓ ସେମାନଙ୍କ ବଂଶ ବିସ୍ତାର କରି ଟ୍ରଷ୍ଟ ର ପ୍ରୟାସ ସାର୍ଥକ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ