Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଶାରୀ ବ୍ୟବହାର ହିଁ ସୁସ୍ଥ ଜୀବନ ର ମୂଳମନ୍ତ୍ର,କୋକସରା ସିଏଚସି ପକ୍ଷରୁ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି:୨୮/୦୪
ମେଲେରିଆ ହେଉ କି ଡେଙ୍ଗୁ ଆମେ ଯଦି ଶୋଇବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଉଥିବା ଔଷଧ ବୋଲା ମଶାରୀ ବ୍ୟବହାର କରିବା ତାହେଲେ ସବୁ ରୋଗ ରୁ ନିଜକୁ ସୁରକ୍ଷିତ ରଖିବା ସହ ସୁସ୍ଥ ଜୀବନ ଯାପନ କରିବା ବୋଳି ସୋମବାର କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତା ମଶାରୀ ବଣ୍ଟନ ର ଉଦଘାଟନ ଅବସରରେ ଉପସ୍ଥିତ ପ୍ରଶାସନିକ, ସ୍ୱାସ୍ଥ୍ୟ ଅଧିକାରୀ ଓ ଜନ ପ୍ରତିନିଧି ମାନେ ପରାମର୍ଶ ଦେଇଛନ୍ତି। କୋକସରା ସିଏଚସି ପକ୍ଷରୁ ଆଜି ବରା ଡୋ ଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ଅଙ୍ଗନୱାଡି କେନ୍ଦ୍ର ନିକଟରେ ହିତାଧିକାରୀ ଙ୍କୁ ମଶାରୀ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ କୋକସରା ସିଏଚସି ଇନ ଚାର୍ଜ ଡ଼. ତତ୍ୱଦର୍ଶୀ ଦାସ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ, ମୁଖ୍ୟ ବକ୍ତା ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ସାଂସଦ ପ୍ରତିନିଧି ଗୋପିଚନ ନାଏକ, ସ୍ଥାନୀୟ ସରପଞ୍ଚ ନିରୂପମା ସେଠି, ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ ପ୍ରମୂଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା କୁ ବ୍ରତ ଭାବେ ତୁଲାଉଥିବା ଆଶା କର୍ମି ପୂର୍ଣ୍ଣମୀ ବାଗ,ଭୂମିସୁତା ବାଗ, ସଂଯୁକ୍ତା ନାଏକ ଙ୍କୁ ଉଲ୍ଲେଖଯୋଗ୍ୟ ସ୍ୱାସ୍ଥ୍ୟ ସେବା ପାଇଁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଉପସ୍ଥିତ ହିତାଧିକାରୀ ଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ କୁ ମଞ୍ଚ ସଂଯୋଜନା ରେ ଫାର୍ମାସିଷ୍ଟ ସୁଧୀର କୁମାର ଧ ଙ୍ଗ ଡା ମାଝୀ ପରିଚାଳନା କରିଥିବା ବେଳେ ସିଏଚସି ଜନସ୍ୱାସ୍ଥ ସମ୍ପ୍ରସାରଣ ଅଧିକାରିଣୀ ଶର୍ମିଳା ଛତ୍ରୀଆ,ବିପିଏମ ସୁରଜିତ କୁମାର ସିଂ,ସ୍ୱାସ୍ଥ୍ୟ ପରିଦର୍ଶକ କେତନ ପାତ୍ର, ଭିବିଡିଟିଏସ ଦୁଷ୍ମନ୍ତ ରାଉତ, ଏସଟିଏସ ଅମୋଦ ଗୁଳାପ ସମେତ ସମସ୍ତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି,ଆଶା କର୍ମି ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।