Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଡ଼ଭଞ୍ଜା ବିଦେଶୀ ମଦ କୋଠି ରେ ଧର୍ମଗଡ ପୋଲିସ ର ଚଢ଼ାଉ, ଜଣେ କୋର୍ଟ ଚାଲାଣ।

କଳାହାଣ୍ଡି:୨୮/
ଧର୍ମଗଡ଼ ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲାହରସ ଯୋଗ ଦେବା ପରେ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେନିୟମ ଭାବେ ମଦ ମାଫିଆ ଓ ବେପାରୀ ଉପରେ ଚଢ଼ାଉ ଜାରି ରଖିଛନ୍ତି।ଗତ କିଛି ଦିନ ତଳେ ଚିଲିଚିଲା ସ୍ଥିତ ଏକ ଢ଼ାବା ରେ ଚଢ଼ାଉ କରିବା ସହ ମାଲିକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଠିକ ତାର ୨ଦିନ ପରେ ତଥା ରବିବାର ରାତ୍ରିରେ ଧର୍ମଗଡ଼ ଥାନା ଅଧିନ ଗୋଡ଼ଭଞ୍ଜା ଗ୍ରାମ ରେ ଜଣେ ବେନିୟମ ଭାବେ ବିଦେଶୀ ମଦ କାରବାର କରୁଥିବା ମଦ କୋଠି ଉପରେ ଚଢ଼ାଉ କରି ଜଣ କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତ ଜନକ ହେଲେ ଗୋଡ଼ଭଞ୍ଜ। ଗ୍ରାମର ଗୋପାଳ ମେହେର । ଢ଼ାବା ରୁ ବିଭିନ୍ନ ବ୍ରାଣ୍ଡ ର ୨୦୧ଲିଟର ବିଦେଶୀ ମଦ ପୋଲିସ ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତି ଙ୍କୁ ଗିରଫ କରିଥିବା ସୂଚନା ମିଳିଛି।ଏନେଇ ଧର୍ମଗଡ ଥାନା ରେ କେଶ ନଂ ୧୨୪/୨୫ ଅବକାରୀ ଆଇନ ଅନୁଯାୟୀ ଗୋପାଳ ମେହେର ଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ଅବକାରୀ ପୋଲିସ ସୂଚନା ଦେଇଛନ୍ତି।