Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିସୁଟର ୧୦୦ ଜଣ ଶିକ୍ଷାର୍ଥୀଙ୍କ ବିରୋଧରେ ବିଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ)ର ୧୦୦ ଜଣ ଛାତ୍ରଙ୍କ ବିରୋଧରେ ବିଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ। ଭିସୁଟ ଶୃଙ୍ଖଳା କମିଟି ଦ୍ବାରା ଛାତ୍ରମାନଙ୍କ ଅସଦାଚରଣ, ନିମ୍ନ ଉପସ୍ଥାନ ଏବଂ ବିଶ୍ବବିଦ୍ୟାଳୟ ନିୟମ ଉଲଂଘନ ଆଦି ବିଭିନ୍ନ ଆଚରଣକୁ ନେଇ ହୋଇଥିବା ଅଭିଯୋଗ ଗୁଡ଼ିକର ବ୍ୟକ୍ତିଗତ ବିଚାର ପୂର୍ବକ ଉପଯୁକ୍ତ ସମୀକ୍ଷା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା ସମ୍ପୃକ୍ତ ଛାତ୍ରଙ୍କୁ ବିଭିନ୍ନ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ଦୋଷୀ ଛାତ୍ରଙ୍କୁ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇଛି। ଏହାସହ ସମ୍ପୃକ୍ତ ଛାତ୍ରଙ୍କ ଗ୍ରେଡ ହ୍ରାସ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇ ସମ୍ପୃକ୍ତ ଛାତ୍ରମାନଙ୍କୁ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ତଥା ପଦକ ପାଇଁ ଅନୁଷ୍ଠିତ ହେଉଥିବା ଅନ୍ୟାନ୍ୟ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ସମାରୋହ ଭଳି ଶୈକ୍ଷିକ ସ୍ବୀକୃତିରେ ଅଂଶଗ୍ରହଣ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି।ଏହା ଦ୍ୱାରା ଭିସୁଟରେ ଶିକ୍ଷାର୍ଥୀଙ୍କ ଶୃଙ୍ଖଳା ଉପରେ କେବଳ କଳା ଦାଗ ଲାଗିନି ବରଂ ଭିସୁଟର ପ୍ରଶାସନିକ ଦକ୍ଷତା ଉପରେ ମଧ୍ୟ୍ୟ ବଡ଼ ପ୍ରଶ୍ନ ଚିହ୍ନ ଲାଗିଛି। ଏପରିକି ଶିକ୍ଷାର୍ଥୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭିସୁଟ ନିଜ ଉପରୁ ଦୋଷ ଖସାଇ ଚୁପ ବସି ନପଡି ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ ଖସଡ଼ା ପ୍ରସ୍ତୁତ କରି ଆଜିର ଘଟଣା ପରି ଆଗକୁ ଯେପରି ଏହାର ପୁନରାବୃତ୍ତି ନହୋଇ ଭିସୁଟ ଭିତରେ ଶୃଙ୍ଖଳା, ଦାୟିତ୍ୱ ଓ ସମ୍ମନ୍ୱୟ ରଖି ଏହାର ପୂର୍ବ କୀର୍ତ୍ତି ବଜାୟ ରଖିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।