Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡ଼ା ଉପନିର୍ବାଚନ; ମତଦାନ ବେଳେ ବୁଥ୍‌ରେ ଉତ୍ତେଜନା

ଝାରସୁଗୁଡା: ଝାରସୁଗୁଡ଼ା ଉପନିର୍ବାଚନରେ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ କିଛି ସ୍ଥାନରେ ଉତ୍ତେଜନା ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ସୁରୁଖୁରୁରେ ମତଦାନ ଚାଲିଥିବା ବେଳେ ଆଉ କିଛି ସଥାନରେ ବିଭ୍ରାଟ ଦେଖାଦେଇଥିଲା। ଝାରସୁଗୁଡା ଏକାତାଲିରେ ଥିବା ୪୯ ଓ ୫୦ ନମ୍ବର ବୁଥରେ ଉତ୍ତେଜନା ଦେଖାଦେଇଥିଲା । ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି ।

ଅନ୍ୟପଟେ ମତଦାନ କେନ୍ଦ୍ରରେ ଭୋଟରଙକ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ଉତ୍ସାହର ସହିତ ‌ଭୋଟର ମତସାବ୍ୟସ୍ତ କରୁଥିବା ଦେଖିବାକୁ ମିଳିଛି। ତେବେ ମତଦାନ କେନ୍ଦ୍ରକୁ ଆସୁଥିବା ଭୋଟରଙ୍କ ପାଇଁ ଖରାଦାଉରୁ ରକ୍ଷା ପାଇବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି ।