ପର୍ଶୁରାମ ଜୟନ୍ତୀରେ ହେବ ଭବ୍ୟ ଶୋଭାଯାତ୍ରା


ସମ୍ବଲପୁର:ଆସନ୍ତା ୩୦ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଦିନ ପଶ୍ଚିମ ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ପାଳନ କରାଯିବ । ଏହି ଅବସରରେ ଭବ୍ୟ ଶୋଭାଯାତ୍ରା ଆୟୋଜିତ କରାଯିବ । ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ସୋମବାର ପଶ୍ଚିମ ଓଡିଶା ବ୍ରାହ୍ମଣ ସମାଜ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଂଯୋଜକ ବେଣୁଧର ଦାଶ କହିଥିଲେ । ସେ ଆହୁରି କହିଥିଲେ ଯେ, ଏହି ଦିନ ପୂର୍ବାହ୍ନ ୮ ଘଣ୍ଟା ସମୟରେ ବୈଦ୍ୟନାଥ ଛକ ସ୍ଥିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତିରେ ପଞ୍ଚୋପଚାର ପୂଜା ତଥା ମହାଆଳତୀ କରାଯିବ । ସେଠାରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ନୃସିଂହ ଗୁରୁ ଟାଉନ୍ ହାଇସ୍କୁଲ, କଂସାରୀ ପଡା, ନନ୍ଦପଡା ଦେଇ ଝାଡୁଆପଡାସ୍ଥିତ ବ୍ରହ୍ମପୁରା ମନ୍ଦିରରେ ପହଞ୍ଚିବ । ସେଠାରେ ବ୍ରହ୍ମପୁରା ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବ । ଶୋଭାଯାତ୍ରାରେ ଶଙ୍ଖ, ସଂକୀର୍ତ୍ତନ୍ୟ ଆଦି ସ୍ଥାନ ପାଇବ । ଶତାଧିକ ବ୍ରାହ୍ମଣ ଏହି ଶୋଭାଯାତ୍ରାରେ ସପରିବାରେ ସାମିଲ୍ ହେବେ । ବ୍ରାହ୍ମଣ ସମାଜର ବରିଷ୍ଠ ଉପଦେଷ୍ଟା ରାମେଶ୍ବର ପୁରୋହିତ ସମାଜ ଗଠନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ମିଡିଆ ସଂଯୋଜକ ବ୍ୟୋମକେଶ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ସମାଜର ଆବାହକ ଦେବାଶିଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପର୍ଶୁରାମ ଜୟନ୍ତୀର ସଂଯୋଜକ ନିଶିକାନ୍ତ ବିଶ୍ବାଳ, କାର୍ଯ୍ୟକାରୀ ଅଧ୍ୟକ୍ଷ ଫଣିନ୍ଦ୍ର ପଣ୍ଡା, ସୌରଭ ରଞ୍ଜନ ମହାପାତ୍ର, ଅରବିନ୍ଦ ମହାପାତ୍ର, ତୃପ୍ତି ପଣ୍ଡା, ବସନ୍ତ ମିଶ୍ର ଓ ବ୍ରହ୍ମପଣ୍ଡିତ ମହାସଭାର ସଭାପତି ରବିନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।