Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚପଟ୍ଟମାଳି ନାଟ୍ୟ ମହୋତ୍ସବ:ସମ୍ବଲପୁରୀ ନାଟକ ଭାଗ କୁ ସର୍ବଶ୍ରେଷ୍ଠ ୮ ଟି ପୁରସ୍କାର

ସମ୍ବଲପୁର:ଦକ୍ଷିଣ ଓଡିଶା ର କୋରାପୁଟ ଜିଲ୍ଲା ର ଦାମନଯୋଡି ନାଲକୋ ଠାରେ ଦଶ ଦିନ ବ୍ୟାପି ଆୟୋଜିତ ପଞ୍ଚପଟ୍ଟମାଳି ନାଟ୍ୟ ମହୋତ୍ସବ ରେ ସମ୍ବଲପୁର ର ପଣ୍ଡିତ ଲକ୍ଷ୍ମୀନାରାୟଣ କଲଚରାଲ ଆସୋସିଏସନ ଦ୍ୱାରା ପ୍ରଦର୍ଶିତ ସମ୍ବଲପୁରୀ ନାଟକ ” ଭାଗ ” ଶ୍ରେଷ୍ଠ ସଫଳତା ହାସଲ କରିବା ସହ ୮ ଟି ଶ୍ରେଷ୍ଠ ପୁରସ୍କାର ପାଇବାରେ ସଫଳ ହୋଇଛି।
lସନ୍ତୋଷ ମିଶ୍ର ଙ୍କର ଦ୍ୱାରା ରଚିତ ଭାଗ ନାଟକ ଉତ୍ସବ ରେ ଶ୍ରେଷ୍ଠ ପାଣ୍ଡୁଲିପି ଭାବରେ ପୁରସ୍କୃତ ହୋଇଛି।
ଦିନକୁ ଦିନ ଆଧୁନିକ ଜୀବନ ଧାରା ର ପ୍ରଭାବ ରେ ମଣିଷ ସମାଜ କବଳିତ ହେବାରେ ଲାଗିଛି l ହରେଇ ବସିଛି ନିଜର ମଣିଷତ୍ୱ କୁ। ପୁଅ ଝିଅ ମାନେ ମାଆ ବାପା ବୃଦ୍ଧବସ୍ଥା କୁ ଆସିଲା ପରେ ଆଉ ସେବା ଶୁଶ୍ରୁଷା ପ୍ରତି ମନ ବଳଉନଥିବା ବେଳେ ବୃଦ୍ଧାଶ୍ରମ ରେ ଛାଡ଼ିଦେବାକୁ ବି ପଛାଉନାହାନ୍ତି l ପୈତୃକ ସମ୍ପତ୍ତି ର ଅଧିକାର ଦାବୀ କରି କୋର୍ଟ କଚେରୀ ର ଆଶ୍ରୟ ନେବାକୁ ବି ପଛଉନାହାନ୍ତି। ହେଲେ ଦୁଇଭାଇ ରାମ ପ୍ରଧାନ ଓ ଲକ୍ଷ୍ମଣ ପ୍ରଧାନ ମଧ୍ୟରେ ନବେ ବର୍ଷୀୟା ବୃଦ୍ଧା ମାଆ ଙ୍କୁ ପାଖରେ ରଖିବାକୁ ଏହି ନାଟକ ” ଭାଗ ” ରେ ହୋଇଛି ପ୍ରତିଯୋଗିତା। ବଡ଼ ଭାଇ ରାମ ର ଆର୍ଥିକ ଦୁର୍ବଳତା ସତ୍ୱେ ସେ ବୃଦ୍ଧା ମାଆ କୁ ଛାଡିବାକୁ ନାରାଜ। ଏହି ଝାମେଲା କୋର୍ଟ କଚେରୀ କୁ ପହଂଚିଛି ଶେଷରେ ବୃଦ୍ଧା ମାଆ ନିଜକୁ ” ଭାଗ ” ହେବାକୁ ଦେଇନି।ଦୁହିଁ ପୁଅକୁ ସାଥିରେ ରହି ତାକୁ ରଖିବାକୁ ଅନୁରୋଧ କରିଛି। ନାଟକ ର ସମ୍ବେଦନଶୀଳ କଥାବସ୍ତୁ, ଗତିଶୀଳତା ଓ ଅଭିନୟ ଦର୍ଶକଙ୍କ ମନ କୁ ଛୁଇଁବା ସାଥିରେ ମହୋତ୍ସବ ରେ ସର୍ବଶ୍ରେଷ୍ଠ ଆଠୋଟି ପୁରସ୍କାର ପାଇବାର ସଫଳତା ଦେଇପାରିଛି।
ଭାଗ ନାଟକର ନାଟ୍ୟକାର ସନ୍ତୋଷ ମିଶ୍ର ଶ୍ରେଷ୍ଠ ନାଟ୍ୟକାର ବିବେଚିତ ହୋଇଥିବା ବେଳେ ଦ୍ଵିତୀୟ ପ୍ରଯୋଜନା ପୁରସ୍କାର ପାଇଛି l ବଡ଼ ଭାଇ ଭୂମିକାରେ ଅଭିନୟ କରି ସୁଭେନ୍ଦ୍ର ନନ୍ଦ ଦ୍ଵିତୀୟ ଶ୍ରେଷ୍ଠ ଅଭିନେତା, ସାନ ଭାଇ ଭୂମିକାରେ ଲକ୍ଷ୍ମଣ ଭୂମିକାରେ ଜଗଦୀଶ ମହାପାତ୍ର ଦ୍ଵିତୀୟ ଶ୍ରେଷ୍ଠ ପାର୍ଶ୍ଵ ଅଭିନେତା, ବୃଦ୍ଧା ମାଆ ଭୂମିକାରେ ମଧୁମିତା ନାୟକ ଦ୍ଵିତୀୟ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ପୁରସ୍କୃତ ହୋଇପାରିଛନ୍ତି। ଏଥିସହ ନିର୍ଦେଶକ ଦିଲୀପ ଦେବ ତୃତୀୟ ଶ୍ରେଷ୍ଠ ନିର୍ଦେଶକ ଭାବେ, ସଂଗୀତ ପାଇଁ ପ୍ରମୋଦ ମିଶ୍ର ତୃତୀୟ ଶ୍ରେଷ୍ଠ ସଂଗୀତକାର ଓ ମଞ୍ଚ ସଜ୍ଜା ପାଇଁ ସଞ୍ଜୟ ସାହୁ ଙ୍କୁ ସ୍ୱତନ୍ତ୍ର ଜୁରୀ ଆୱାର୍ଡ ଭାବରେ ପୁରସ୍କୃତ ହୋଇପାରିଛନ୍ତି।ଯାହାକି ଦକ୍ଷିଣ ଓଡିଶା ରେ ସମ୍ବଲପୁରୀ ନାଟକ ” ଭାଗ ” ର ଏହା ଏକ ବଡ଼ ସଫଳତା ବୋଲି କୁହାଯାଇପାରେ।
ଏହି ସମ୍ବଲପୁରୀ ନାଟକ “ଭାଗ ” ରେ ଅନ୍ୟମାନଙ୍କ ମଧ୍ୟରେ ସୁଚିତ୍ରା ଦାସ, ସତ୍ୟନାରାୟଣ ସାହୁ, କୃଷ୍ଣଚନ୍ଦ୍ର ପତି, ମୋନାଲିସା ସାହୁ, ସଞ୍ଜୟ ସାହୁ, ସନ୍ତୋଷ ମିଶ୍ର ପ୍ରମୁଖ ଅଭିନୟ କରିଥିବା ବେଳେ ଆଲୋକ ସମ୍ପାତ କରିଥିଲେ ବିରୁପାକ୍ଷ ପ୍ରଧାନ, ସଂଗୀତ ରେ ଭାଗ ନେଇଥିଲେ ପ୍ରମୋଦ ନାୟକ, ବିଜୟ କୁମାର ମିଶ୍ର ପ୍ରମୁଖ ଭାଗ ନେଇଥିଲେ।ସମ୍ବଲପୁରୀ ନାଟକ ” ଭାଗ ” ର ଏହି ସଫଳତା ସମ୍ବଲପୁର ର ନାଟ୍ୟପ୍ରେମୀ ଙ୍କ ଭିତରେ ଖୁସି ର ବାତାବରଣ ସୃଷ୍ଟି କରିଛି ବୋଲି ମିଡ଼ିଆ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ