Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁଯୋମୁରା ଥାନା ଛକ ସୋଲାର ପାନୀୟଜଳ ପ୍ରକଳ୍ପ ଅଚଳ, ଟୋପାଏ ପାଣି ପାଇଁ ହନ୍ତସନ୍ତ

ସମ୍ବଲପୁର:ଯୁଯୋମୁରା ଥାନା ଛକ ଠାରେ ଥିବା ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି। ଫଳରେ ବାଟୋଇ ଓ ଯାତ୍ରୀ ଙ୍କୁ ଟୋପାଏ ପିଇବା ପାଣି ପାଇଁ ହନ୍ତସନ୍ତ ହେବାକୁ ପଡୁଛି।
ଯୁଯୋମୁରା ପଞ୍ଚାୟତର ଯୁଯୋମୁରା ଥାନା ଛକଠାରେ ଥିବା ସୋଲାର ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ଅଞ୍ଚଳବାସି ଆଜି ଦୃଢ଼ ଦାବି କରିଛନ୍ତି। ଏନେଇ ଯୁଯୋମୁରା ପଞ୍ଚାୟତ ବାସିନ୍ଦା କହିଛନ୍ତି ଯେ ଯୁଯୋମୁରା ଥାନା ଛକରେ ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ ଥିବାବେଳେ ବହୁ ଲୋକ ଏହା ଦ୍ୱାରା ଉପକୃତ ହୋଇ ପାଣି ପିଇ ପାରୁଥିଲେ। ତେଣେ କିଛି ଦିନ ଆଗରୁ ଏଆଇପିଏଲ ପକ୍ଷରୁ ଜାତୀୟ ରାଜପଥର ଯୁଯୋମୁରା ଥାନା ଛକରେ ଡ୍ରେନ ନିର୍ମାଣ କାର୍ଯ୍ୟ ସମୟରେ ସୋଲାର ପାନୀୟଜଳ ପ୍ରକଳ୍ପର ପାଇପ ଫାଟି ଯିବାରୁ ଏବେ ଏହି ପ୍ରକଳ୍ପ ଅଚଳ‌ ହୋଇ ପଡିଛି । ଏଥିପାଇଁ ଜନସାଧାରଣ ବହୁ ଅସୁବିଧା ଭୋଗୁଛନ୍ତି। ଖରା ଦିନରେ ପିଇବା ପାଇଁ ପାଣିର ଅସୁବିଧା ହେବ ନାହିଁ ବୋଲି ସରକାର ଡିଣ୍ଡିମି ପିଟୁଥିବା ବେଳେ ନାଳ ତିଆରି ନାମରେ ଗୋଟିଏ ଠିକା ସଂସ୍ଥା ଦ୍ୱାରା ଏହା ଅକାମି ହୋଇଥିବା ବେଳେ ବ୍ଲକ ବା ପଞ୍ଚାୟତ ପ୍ରଶାସନ ଏଦିଗରେ ନୀରବ ରହିବା ପରିତାପର ବିଷୟ।ଅନ୍ୟପକ୍ଷରେ ଏନେଇ ଏଆଇପିଏଲ କିମ୍ବା ଯୁଯୋମୁରା ପଞ୍ଚାୟତ କାର୍ଯ୍ୟାଳୟ କାହାର ପ୍ରତିକ୍ରିୟା ମିଳିପାରିନାହିଁ।ତୁରନ୍ତ ଏହି ଅଚଳ ସୋଲାର ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ସାଧାରଣରେ ଦାବି ହେବା ସହିତ ଏଥିରେ ବିଳମ୍ଭ ହେଲେ ସ୍ଥାନୀୟ ଜନ ସାଧାରଣ ରାସ୍ତା କୁ ଓ଼ଲ୍ଳେଇବାକୁ ବାଧ୍ୟହେବେ ବୋଲି ଆଜି ଚେତାବନୀ ଶୁଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ