Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୋଲିଲା ମଣ୍ଡି, ଟୋକନ ସହ ଗନୀ ବସ୍ତାକୁ ନେଇ ଚିନ୍ତାରେ ଚାଷୀ

ଅତାବିରା -:ଓଡ଼ିଶାର ଭାତହାଣ୍ଡି ସାଜିଥିବା ବରଗଡ଼ ଜିଲ୍ଲାରେ ଆଜିଠୁ ଆରମ୍ଭ ହୋଇଛି ରବିରୁତୁ ଧାନ ସଂଗ୍ରହ ପ୍ରକ୍ରିୟା । ଅତାବିରା ନିୟନ୍ତ୍ରିତ ବଜାର କମିଟିର 28ଟି ମଣ୍ଡିରେ ଆଜି ରବି ୠତୁ ଧାନ ସଂଗ୍ରହ ପ୍ରକ୍ରିୟା ଉଦଘାଟିତ ହୋଇଛି l ଅତାବିରା ଓ ଗୋଡ଼ଭଗା ଠାରେ ଚାଷୀମାନେ ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା ସଭାପତି ବୀରେନ୍ଦ୍ର କରଙ୍କ ନେତୃତ୍ୱରେ ଉଭୟ ସ୍ଥାନରେ ପ୍ରଥମ ଚାଷୀଦ୍ୱୟଙ୍କୁ ଉପଢ଼ୋକ ଦେଇ ସଂମ୍ମାନିତ କରିବା ସହ ଧାନକୁ ପୂଜାଅର୍ଚ୍ଚନା କରି ଉଦଘାଟନ କରିଥିଲେ l ପରେ ସ୍ଥାନୀୟ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଗୋଡଭଗା ଠାରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ପରେ ନଡ଼ିଆ ଭାଙ୍ଗି ମଣ୍ଡିକୁ ଆରମ୍ଭ କରିଛନ୍ତି । ଜିଲ୍ଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ସମସ୍ତ ମାର୍କେଟ ୟାର୍ଡ ଆଜି ଖୋଲାଯାଇଛି l ତେବେ ପୁଣି ଥରେ ଟୋକନ ସମସ୍ୟା ଓ ଗନୀ ବ୍ୟାଗକୁ ନେଇ ଚାଷୀ ଅସନ୍ତୋଷ ଥିବା ବେଳେ ସୁବ୍ୟବସ୍ଥା ସହ ସୁରୁଖୁରୁରେ ଧାନ ଉଠାଇବା ପାଇଁ ଦାବି କରିଛନ୍ତି ଚାଷୀ ।
ବୁଧବାର ଆରମ୍ଭ ହେଲା ରବି ରୁତୁ ଧାନ କିଣାବିକା ପ୍ରକ୍ରିୟା । ଚାଷୀ ସଂଗଠନ ର କର୍ମକର୍ତ୍ତା ପୂଜାପାଠ କରି ଉଦଘାଟନ କରିବା ପରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମାର୍କେଟୟାର୍ଡ଼ରେ ପୂଜାର୍ଚ୍ଚନା ସହ ନଡିଆ ଭାଙ୍ଗି ଉଦଘାଟନ କରିବା ପରେ ଚାଷୀଙ୍କ ଧାନ କିଣାବିକା ଆରମ୍ଭ ହୋଇଛି । ଆଜି ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ ଗୋଡଭଗା ମାର୍କେଟୟାର୍ଡ଼ରେ । ବରଗଡ଼ ଜିଲ୍ଲାରେ ପ୍ରଥମ ଭାବେ ଗୋଡଭଗା ଠାରେ ରବି ରୁତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଅତିରିକ୍ତ ଯୋଗାଣ ଅଧିକାରୀ ଜ୍ୟୋତ୍ସ୍ନାରାଣୀ କର୍ଣ୍ଣ, ଗୀତା ଦାନୀ, ଅତାବିରା ଯୋଗାଣ ଅଧିକାରୀ ରଞ୍ଜନ କୁମାର ନାୟକ, ARCS ନିରଞ୍ଜନ ସେଟ, ceo ସରୋଜ ମେହେର, RMC ଅତାବିରା ସମ୍ପାଦକ ପ୍ରଦୀପ ବେସନ ପ୍ରମୁଖଙ୍କ ଉପସ୍ଥିତିରେ ବିଧାୟିକା ନଡ଼ିଆ ପିଟି ଏହାର ଶୁଭାରମ୍ଭ କରିବା ପରେ ମାର୍କେଟ ୟାର୍ଡ ରେ ଧାନ ପକାଇଥିଲେ ଚାଷୀ । ତେବେ ପ୍ରଥମ ଦିନରେ ଆଜି ଅତାବିରା ୟାର୍ଡରେ କାଣ୍ଡପାଲିର ଦଶରଥ ଭୋଇ 60 ପ୍ୟାକେଟ ଓ ଗୋଡ଼ଦ୍ଭଗାରେ କୁମେଲସିଂହା ଗ୍ରାମର ଚାଷୀ ପଙ୍କଜ ପର୍ଡିଆ ତାଙ୍କର ୯୦ ପ୍ୟାକେଟ ଧାନ ମାର୍କେଟ ୟାଡରେ ପକାଇଛନ୍ତି । ପୂର୍ବରୁ ମେ 6 ତାରିଖରେ ମାର୍କେଟ ୟାର୍ଡ ଖୋଲିବାକୁ ଦିନ ଧାର୍ଯ୍ୟ ରହିଥିବା ବେଳେ ପାଣିପାଗ କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ୧୦ ତାରିଖ ମାର୍କେଟ ୟର୍ଡ ଖୋଲିବାକୁ ନିଷ୍ପତ୍ତି ନେଇଥିଲା । ତେବେ ବର୍ତ୍ତମାନ ଯେଉଁ ଚାଷୀଙ୍କ ଟୋକନ୍ ଆସିଛି ତାହାର ଫସଲ ଅମଳ ହୋଇନଥିବା ବେଳେ ଯାହାର ଫସଲ ଅମଳ ହୋଇଛି ତାହାର ଟୋକନ୍ ଆସିନାହିଁ l ଏପରି ସ୍ଥିତିରେ ଟୋକନ ଲେପ୍ସ ହେବାର ଆଶଙ୍କା ରହିଛି । ଏହାସହ ପୂର୍ବରୁ ସମସ୍ତ ଚାଷୀଙ୍କୁ ଗନି ବ୍ୟାଗ ଦେବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆର୍ ଏମ ସି ଏପର୍ଯ୍ୟନ୍ତ ଯୋଗାଇ ଦେଇନାହିଁ । ଯାହାକୁ ନେଇ ଚାଷୀ ବିଧାୟିକା ଙ୍କୁ ଜଣାଇଥିଲେ ମାତ୍ର ବିଧାୟିକା କୌଣସି ଉତ୍ତର ନଦେଇ ବୈଠକରୁ ଉଠି ଯିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।
ଚଳିତ ରବି ଋତୁ ପାଇଁ ବରଗଡ଼ ଜିଲ୍ଲାର ସମସ୍ତ 220ଟି ମାର୍କେଟ ୟାଡ ପାଇ 52ଲକ୍ଷ 31 ହଜାର 882 କ୍ଵିଣ୍ଟାଲ ଧାନ କିଣା ଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ତେବେ ଆଜି ପର୍ଯ୍ୟନ୍ତ 83ହଜାର 132 ଜଣ ଚାଷୀ ନିଜର ନାମ ପଞ୍ଜିକରଣ କରିଛନ୍ତି । ଅନ୍ୟ ପକ୍ଷରେ ଚାଷୀଙ୍କ ଧାନ ବିକ୍ରି ପାଇଁ ସୁବ୍ୟବସ୍ଥା କରାଯାଇଛି ଏବଂ ଧାନ ବିକ୍ରୟ ପାଇଁ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।
ପ୍ରତିବର୍ଷ ଚାଷୀ ଧାନ ବିକ୍ରୟକୁ ନେଇ ବିଭିନ୍ନ ଅସୁବିଧାର ସମ୍ବୁଖିନ ହେଉଥିବା ବେଳେ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଚାଷୀଙ୍କ ଧାନକୁ ଠିକ ସମୟରେ କିଣି ପାରୁଛିକି ନାହିଁ ତାହା ଦେଖିବାକୁ ବାକି ରହିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ