ଓଡ଼ିଶା ଡଟ୍ ନ୍ୟୁଜ୍: ଆଜି ପବିତ୍ର ଅକ୍ଷୟ ତୃତୀୟା । ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ଆଜି ଅନୁକୂଳ ହେବ ରଥ କାଠ । ଶୀତଳ ଉପଚାରରେ ଚାପ ଖେଳିବେ ମଦନମୋହନ । ଆରମ୍ଭ ହୋଇଛି ଚାପ ନିର୍ମାଣ । ସଜେଇ ହେଉଛି ନନ୍ଦା, ସଜେଇ ହେଉଛି ଭଦ୍ରା । ସଜେଇ ହେଉଛି ତୀର୍ଥ ପୁଷ୍କରିଣୀ ନରେନ୍ଦ୍ର ।
ସେପଟେ ରଥ ନିର୍ମାଣ ଅନୁକୂଳ ପାଇଁ ଚାଳି ପ୍ରସ୍ତୁତ କରିଛନ୍ତି ଭୋଇ ସେବାୟତ । ୨୯୮ ଖଣ୍ଡ କାଠ ରଥଖଳାରେ ଆସି ପହଞ୍ଚି ସାରିଛି । ଖରାକୁ ନଜରରେ ରଖି ରଥ ଚାଳିରେ ପାଣି ବ୍ୟବସ୍ଥା କରାଯିବା ସହ ସେବକଙ୍କ ପାଇଁ ପ୍ରତିବର୍ଷ ଭଳି ଖାଦ୍ୟ ବ୍ୟବସ୍ଥା କରାଯାଇଛି ।
ସେପଟେ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ପାଇଁ ପୁରୀ ପୋଲିସର ବ୍ୟାପକ ପ୍ରସ୍ତୁତି । ସୁରକ୍ଷା ଦାୟିତ୍ବରେ ରହିବ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗତବର୍ଷ ହୋଇଥିବା ବାଣ ବିସ୍ଫୋରଣ ଭଳି ଅଘଟଣ ଏଡାଇବା ପାଇଁ ବାଣ ଫୁଟାଇବାକୁ ପୂରା ବାରଣ କରାଯାଇଛି ।