Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାମଣ୍ଡା ଆଞ୍ଚଳିକ କମିଟି ପକ୍ଷରୁ ଅକ୍ଷୀ ମୁଠି ଶୁଭାରମ୍ଭ ଓ ଆଘରିଆ ଦିବସ ପାଳିତ

ସମ୍ବଲପୁର: ପବିତ୍ର ଅକ୍ଷି ତୃତୀୟ ଉପଲକ୍ଷେ ଆଜି ଅଖିଳ ଭାରତୀୟ ଅଘାରିଆ ସମାଜ,ବାମଣ୍ଡା ଆଞ୍ଚଳିକ କମିଟି ପକ୍ଷରୁ ସାନ ମୁଣ୍ଡାଲୋ ଇ ଠାରେ ନଙ୍ଗଲ ଓ ଟ୍ରାକ୍ଟର ପୂଜା କରି ଚାଷୀର କ୍ଷେତରେ ଆକ୍ଷି ମୁଠି ନେବା ସହ ଚଳିତ ବର୍ଷ ଭଲ ବର୍ଷା ଓ ଶସ୍ୟ ହେବାପାଇଁ ପୂଜା କରାଯାଇଥିଲା ।ଏହା ପରେ ବଡ଼ ମୁଣ୍ଡା ଲୋଈ ର ଆମ୍ବ ବଗାନ ର ପ୍ରାକୃତିକ ପରିବେଶରେ ସମାଜର ବାମଣ୍ଡା ଆଞ୍ଚଳିକ ସଭାପତି ଭବାନୀ ଶଙ୍କର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଅଘରିଆ ତଥା କୃଷକ ଦିବସ ଉପଲକ୍ଷେ ଆୟୋଜିତ ସାଧାରଣ ସଭାରେ ଅଖିଳ ଭାରତୀୟ ଅଘରିଆ ସମାଜର ସାଙ୍ଗଠିକ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଦିବସ ର ମହାତ୍ମା ସମ୍ପର୍କରେ କହିବା ସହ କୃଷି କୁ ଶିଳ୍ପର ମାନ୍ୟତା ,ଉଚିତ୍ ମୂଲ୍ୟ ପ୍ରଦାନ ,ଶୀତଳ ଭଣ୍ଡାର ସ୍ଥାପନ ଆଦି ଦାବୀ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କମିଟି ର ଅନ୍ୟତମ ଉପସଭାପତି ନରେଶ ଚନ୍ଦ୍ର ପଟେଲ୍ ,ରାଜ୍ୟ କମିଟି ଯୁବ ସଭାପତି ପୀତବାସ ପଟେଲ,ମଣ୍ଡଳ ସଭାପତି ରବି ନାରାୟନ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଚାଷୀ ଓ ଓ. ବି .ସି .ସମସ୍ୟା ପାଇଁ ଅଘାରିଆ ସମାଜ ନେତୃତ୍ୱ ନେବାକୁ ଆହ୍ବାନ ଦେଇଥିଲେ । ପ୍ରାରମ୍ଭ ରେ ଶ୍ରୀଜଗନ୍ନାଥ ଓ ମା ଲକ୍ଷ୍ମୀ ଙ୍କୁ ଦୀପ ଦାନ କରି କାର୍ଯ୍ୟକ୍ରମ କୁ ଅତିଥି ଗଣ ଉଦଘାଟନ କରିଥିଲେ ।କୁସୁମୀ ର ଜୋନ ସଭାପତି ପ୍ରମୋଦ କୁମାର ପଟେଲ ପ୍ରାରମ୍ଭିକ ସୁଜନ ସହ ଅତିଥି ପରିଚୟ କରିଥିଲେ ।ଗ୍ରାମ୍ୟ କମିଟି ର ସଭାପତି କ୍ଷିରୋଦ ପଟେଲ ସ୍ଵାଗତ ଭାଷଣ ଦେଇ ଥିଲେ ।ଆଲୋଚନା ରେ ଅଞ୍ଚଳ ର ଯୁଗ୍ମ ସମ୍ପାଦକ ନବୀନ ପଟେଲ, ଯୁବ ସଭାପତି ନିଲେନ୍ଦ୍ରି ପଟେଲ, ହାଡ଼ିପାଳି ଗୁଡ଼ି ସଭାପତି ନେତ୍ର ଭାନୁ ନାୟକ ,ସତ୍ୟ ନାରାୟଣ ପଟେଲ, ମହିଳା ସଭ୍ୟା ସଙ୍ଗୀତ ନାୟକ ଓ ମୁନି ନାୟକ ପ୍ରମୁଖ ଆଲୋଚନା କରିଥିବା ବେଳେ ଶେଷରେ ଗ୍ରାମ୍ୟ କମିଟି ସମ୍ପାଦକ ପ୍ରହଲ୍ଲାଦ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories