Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ :ମନ୍ତ୍ରୀ ରବି ନାଏକ ପାରମ୍ପରିକ ବେଶରେ ଧରିଲେ ହଳ ଲଙ୍ଗଳ ବୁଣିଲେ ଅକ୍ଷୀ ମୁଠି

ସମ୍ବଲପୁର:ଜମନକିରା ବ୍ଲକ ଅନ୍ତର୍ଗତ ଭୋଜପୁର ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣ ରେ ସମ୍ବଲପୁର ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଆଜି ପାଳିତ ହୋଇଇଯାଇଛି।ଏଥିରେ ରବିନାରାୟଣ ନାଏକ, ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପାରମ୍ପରିକ ବେଶରେ ହଲ ଲଙ୍ଗଳ କରି ଅକ୍ଷୀ ମୁଠି ଅନୁକୂଳ କରିବା ସହିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଉଦବୋଧନ ଦେଇଥିଲେ।ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ ସିଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲାପାଳ, ସମ୍ବଲପୁର, ଡ. ଗୌରବମୟ ପ୍ରଧାନ ଉପଜିଲ୍ଲାପାଳ, କୁଚିଣ୍ଡା ଉପସ୍ଥିତ ରହି ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଉଦବୋଧନ ଦେଇଥିଲେ।ଏହାସହିତ ଏଥିରେ ଶ୍ରୀମତୀ ପିଙ୍କି ଧରୁଆ ଅଧ୍ୟକ୍ଷା ପଂଚାୟତ ସମିତିବାମରା, ଦିବ୍ୟରାଜ କିଷାନ, ଜ଼ିଲ୍ଲା ପରିଷଦ ସଦସ୍ୟ କୁଚିଣ୍ଡା, ହେମନ୍ତ କୁମାର ଜେନା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସମ୍ବଲପୁର, ହିମାଂଶୁ ଶେଖର ସାହୁ, ଉପ ଉଦ୍ୟାନ କୃଷି ନିର୍ଦେଶକ ସମ୍ବଲପୁର, ରବୀନ୍ଦ୍ର କୁମାର ପଣ୍ଡା, ପ୍ରକଳ୍ପ ନିର୍ଦେଶକ ଜଳବିଭାଜିକାମିଶନ ସମ୍ବଲପୁର, ଉପ ରେଜିଷ୍ଟର ସମବାୟ ସମିତି ସମ୍ବଲପୁର , ଗୋଷ୍ଠି ଉନ୍ନୟନ ଅଧିକାରୀ ଜମନକିରା, ତହସିଲଦାର ଜମନକିରା, କୃଷିଜିଲ୍ଲା ଅଧିକାରୀ କୁଚିଣ୍ଡା, ସମ୍ବଲପୁର ଓ ରେଢ଼ାଖୋଲ, ସରୋଜ କୁମାର ପ୍ରଧାନ , ଉପସଭାପତି, ସମ୍ବଲପୁର କୃଷକ ସଂଗଠନ, ଶ୍ରୀମତୀ ସତ୍ୟଭାମା ଦାସ, ସହକାରୀ ଉଦ୍ୟାନକୃଷି ନିର୍ଦେଶକ, କୁଚିଣ୍ଡା, ଗୋଷ୍ଟୀ କୃଷି ଅଧିକାରୀ, ଜମନକିରା, ବାମରା, ସହକାରୀ କୃଷି ଅଧିକାରୀ କୁଚିଣ୍ଡା, ଜମନକିରା, ବାମରା ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ପାଞ୍ଚଶହ ରୁ ଉର୍ଦ୍ଧ ଚାଷୀ ଭାଇ ଓ ଭଉଣୀ ମାନେ ଓ ବିଭିନ୍ନ ସୟଂ ସହାୟିକା ଗୋଷ୍ଟି ଓ କୃଷକ ସଂଗଠନ ର ସଦସ୍ୟା ଓ ସଦସ୍ୟା ବୃନ୍ଦ ଯୋଗଦାନ କରିଥିଲେ।
ଏହାକୁ ପ୍ରସନ୍ନ କୁମାର ସ୍ୱାଇଁ, କୃଷି ଜ଼ିଲ୍ଲା ଅଧିକାରୀ, କୁଚିଣ୍ଡା, ଶ୍ରୀମତୀ କାଦମ୍ବିନୀ ଶତପଥି, ଗୋଷ୍ଠି କୃଷି ଅଧିକାରି, ଜମନକିରା, ତନ୍ମୟ କୁମାର ମୁର୍ମୁ, ସହକାରୀ କୃଷି ଅଧିକାରୀ, ଜମନକିରା, ମିସ ସୁସ୍ମିତା କିରୋ, ସହକାରୀ କୃଷି ଅଧିକାରୀ, କୁଚିଣ୍ଡା, ଔଷଧୀସ ଦନ୍ତା, ସହକାରୀ ବୈଷୟିକ ପରିଚାଳକ ଜମନକିରା ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ