Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ମା ସମଲେଇ ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଛତୁଆ ପ୍ରସ୍ତୁତି ଓ ଯୋଗାଣ କରିବା ଉଦ୍ଦେଶ୍ୟରେ ମନ୍ତ୍ରୀଙ୍କୁ ଦାବିପତ୍ର

ସମ୍ବଲପୁର: ଜମନକିରା ବ୍ଲକ ଅନ୍ତର୍ଗତ ୨୧ ଟି ପଞ୍ଚାୟତ ଅଧୀନରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଛତୁଆ ପ୍ରସ୍ତୁତ କରି ଯୋଗାଣ କରିବା ଉଦ୍ଦେଶ୍ୟରେ ଆଜି ଜମନକିରା ମା’ ସମଲେଇ ସ୍ଵଂୟ ସହାୟିକା ଗୋଷ୍ଠୀ ପକ୍ଷରୁ ଏକ ଦାବିପତ୍ର ଓଡ଼ିଶା ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଜଳ ଯୋଗାଣ, ପରିମଳ ଓ ଗ୍ରାମ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କୁ ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଉଲ୍ଲେଖ କରାଯାଇଥିବା ସୂଚନା ଅନୁଯାଇ, ଜମନକିରା ବ୍ଲକରେ ଥିବା ୨୧ ଗୋଟି ପଞ୍ଚାୟତ କୁ ଗତ ୧୩ ବର୍ଷ ରୁ ଅଧିକ ବର୍ଷ ହେବ ୨ ଟି ସ୍ଵୟଂ ସହାୟକ ଗୋଷ୍ଠୀ ଛତୁଆ ପ୍ରସ୍ତୁତି ଏବଂ ଯୋଗାଣ କରି ଆସୁଛନ୍ତି। ବର୍ତମାନ ବିଜେପି ସରକାର ସବୁ ସ୍ତରରେ ପରିବର୍ତ୍ତନ କରୁଛନ୍ତି। ଯଦ୍ୱାରା ମହିଳା ମାନେ ସଶକ୍ତି ହୋଇ ପାରିବେ ବୋଲି ସରକାର ଦୃଢୋକ୍ତି ପ୍ରକାଶ କରୁଛନ୍ତି। ତେଣୁ ଛତୁଆ ପ୍ରସ୍ତୁତି ଏବଂ ଯୋଗାଣ କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହେବା ଦରକାର ବୋଲି ଦାବି କରିଥିବା ଜଣାଯାଇଛି। ଦାବିପତ୍ର ପ୍ରଦାନ ବେଳେ ମନ୍ତ୍ରୀ ଶ୍ରୀ ନାୟକ ମା” ସମଲେଇ ସ୍ଵୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କୁ ପରିବର୍ତ୍ତନ ପାଇଁ ନିଶ୍ଚିତ ଚେଷ୍ଟା କରିବି ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି। ଆଜିର ଦାବିପତ୍ର ବେଳେ ମା” ସମଲେଇ ସ୍ଵୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଶଶିରେଖା ପଧାନ, ସମ୍ପାଦିକା ଗୀତାଞ୍ଜଳି ପଲେଇ, ସ୍ୱରଣିକା ଦାନୀ, ସିତାରାଣୀ ମହାକୁଲ, ମୌସୁମୀ ପଧାନ, ସୁନୀତା ବାରିକ, ପ୍ରିୟଙ୍କା ପଟ୍ଟନାୟକ, ସୁକୁମାରୀ ନାଏକ, ରୀନା ଖୁଣ୍ଟିଆ, ଦିପ୍ତିମୟୀ ସାହୁ, ଏବଂ ସ୍ୱର୍ଣଲତା ପଧାନ ପ୍ରମୁଖ ସାମିଲ ଥିଲେ।

More Stories