Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବ ଦେବ ମହାଦେବ ଙ୍କୁ ଜ୍ୱାଇଁ କରିବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦମ୍ପତି

ସମ୍ବଲପୁର:ଦେବ ଦେବ ମହା ଦେବ ଙ୍କୁ ଜ୍ୱାଇଁ କରିବେ ରାଜସ୍ବ ମନ୍ତ୍ରୀ। ଚଳିତ ବର୍ଷ ଝାଡୁଆପଡା ଶୀତଳଷଷ୍ଠୀ ଯାତ୍ରା ରେ ମାତା ପାର୍ବତୀ ଙ୍କ ପିତା ମାତା ହୋଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କ ଧର୍ମପତ୍ନୀ ପଦ୍ମିନୀ ନାୟକ l ଆଜି ଥାଳଉଠା ପରମ୍ପରା ସମ୍ପନ୍ନ ହେବା ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ କନ୍ୟା ଦାନ ହେଉଛି ଶ୍ରେଷ୍ଠ ଦାନ। ଏଭଳି ସୌଭାଗ୍ୟ ଭାଗ୍ୟରେ ଥିଲେ ମିଳେ। ପୁଣି ଦେବୀ ପାର୍ବତୀ ଙ୍କ ବାହାଘର ମହାଦେବ ଙ୍କ ସହ କରେଇବ ମୁ ଭାବୁଛି ଏହାଠୁ ବଡ଼ ପୁଣ୍ୟ ଜଗତ ରେ ନାହିଁ।ଅନ୍ୟପଟେ ତାଙ୍କ ଧର୍ମପତ୍ନୀ ପଦ୍ମିନୀ ନାୟକ କହିଛନ୍ତି ଯେ ଏହା ମୋର ୨୮ ବର୍ଷ ତଳ ର ସ୍ବପ୍ନ ଓ ଇଚ୍ଛା। ସେମିତିରେ ଆମର ଝିଅ ନାହିଁ, ଆଉ ପାର୍ବତୀ ଙ୍କୁ କନ୍ୟା ରୂପେ ପାଇଲେ କନ୍ୟା ଦାନ କରିବି ବୋଲି ଯେଉଁ ସ୍ବପ୍ନ ଥିଲା, ସେହି ସୌଭାଗ୍ୟ ଆମ ଜୀବନ କୁ ଧନ୍ୟ କରିଛି।
ବୁଧବାର ସମ୍ପନ୍ନ ହୋଇଛି ସମ୍ବଲପୁର ର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ର ଆଦ୍ୟପର୍ବ “ଥାଳଉଠା” l ବୁଧବାର ଅପରାହ୍ନ ରେ ସମ୍ବଲପୁରର ନନ୍ଦପଡା, ଝାଡୁଆପଡା, ମୁଦିପଡା, ବଡ଼ବଜାର ଶୀତଳ ଷଷ୍ଠୀ ଯାତ୍ରା କମିଟି ସହ ସମସ୍ତ ଶୀତଳଷଷ୍ଠୀ ଯାତ୍ରା ର ଥାଳ ଉଠା ପରମ୍ପରା ସମ୍ପନ୍ନ ହୋଇଛି l ପୂର୍ବ ପରମ୍ପରା ମୁତାବକ ଅକ୍ଷୟ ତୃତୀୟା ର ପବିତ୍ର ତିଥି ରେ ମାତା ପାର୍ବତୀ ପାଇଁ କନ୍ୟା ପିତା ମାତା ଚୟନ ହୋଇଥିବା ବେଳେ ଦେବ ବିବାହ ପାଇଁ ଅକ୍ଷୟ ତୃତୀୟା ଠାରୁ କନ୍ୟା ପିତାମାତା ଏକ ଥାଳ ଉଠାଇ ଏଥିରେ ପାଣ୍ଠି ସଂଗ୍ରହ କରନ୍ତି l ଏହି ପରମ୍ପରା କୁ “ଥାଳ ଉଠା” ପରମ୍ପରା କୁହାଯାଇଥାଏ। ସେହି କ୍ରମରେ ରାଜସ୍ୱ ମନ୍ତ୍ରୀ ଙ୍କ ଦମ୍ପତି ଝାଡୁଆପଡା ଅରଣ୍ୟକ ଶୀତଳଷଷ୍ଠୀ ଯାତ୍ରା ପାଇଁ ମା ପାର୍ବତୀ ଙ୍କ ପିତା ମାତା ହୋଇଛନ୍ତି।
ବୁଧବାର ସନ୍ଧ୍ୟା ରେ ନନ୍ଦପଡାର ‘ବମ ବରାଡ଼ ବାଲୁଙ୍କେଶ୍ୱର ବାବା,ଝାଡୁଆପଡା ର ଲୋକନାଥ ବାବା, ମୁଦିପଡା ର ଜାଗେଶ୍ୱର ଙ୍କ ସହ ପ୍ରମୁଖ ଯାତ୍ରା କମିଟି ର ଥାଳ ଉଠା ସମ୍ପନ୍ନ ହୋଇଛି l ଚଳିତ ଶୀତଳଷଷ୍ଠୀ ଯାତ୍ରା ପାଇଁ ନନ୍ଦପଡା ବମ ବମ ବରାଡ଼ ବାଲୁଙ୍କେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା ୨୦୨୫ରେ ରାମ ପ୍ରସାଦ ମିଶ୍ର ଓ ବବିତା ମିଶ୍ର ବର ପିତା ମାତା ହୋଇଥିବା ବେଳେ ଝାରସୁଗୁଡା ବମ୍ବେ ଛକ ର ଦମ୍ପତି ପ୍ରତାପ ନନ୍ଦ ଓ ଲିପିକା ନନ୍ଦ କନ୍ୟା ପିତାମାତା ହୋଉଛନ୍ତି l
ଠିକ ସେହି ପରି ଝାଡୁଆପଡା ଅରଣ୍ୟକ ଶୀତଳଷଷ୍ଠୀ ଯାତ୍ରା ରେ ଝାଡୁଆପଡା ର ଶ୍ରୀ ଅମରନାଥ ସୂପକାର ଓ ଶ୍ରୀମତୀ ଅମୟ ସୂପକାର ବର ପିତା ମାତା ହୋଇଥିବା ବେଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କ ଧର୍ମ ପତ୍ନୀ ପଦ୍ମିନୀ ନାୟକ କନ୍ୟା ପିତା ମାତା ହୋଇ ଛନ୍ତି l ଅନ୍ୟପଟେ ବଡ଼ବଜାର ଶୀତଳେଶ୍ୱର ଯାତ୍ରା କମିଟି ରେ ଚଳିତ ବର୍ଷ ମୁଦିପଡାର ଶ୍ରୀ ଅକ୍ଷୟ କୁମାର ଜେନା ଓ ଶ୍ରୀମତୀ କିରଣ ଜେନା କନ୍ୟା ପିତା ମାତା ହୋଇଛନ୍ତି। ଏଭଳି ସୌଭାଗ୍ୟକୁ ନେଇ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ପିତା ମାତା ହୋଇଥିବା ପ୍ରତି ଦମ୍ପତ୍ତି ଏଭଳି ସୌଭାଗ୍ୟ ସାତ ଜନ୍ମର ଫଳ ବୋଲି ଖୁସୀ ବ୍ୟକ୍ତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ