କବାଟ ତାଡ଼ି ଲୁଟି ନେଲେ ନଗଦ ଟଙ୍କା ଓ ସୁନା


ଓଡ଼ିଶା ଡଟ୍ ନ୍ୟୁଜ୍: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ପୁଣି ଏକ ଚୋରି । କବାଟ ତାଡ଼ି ଲୁଟି ନେଲେ ଟଙ୍କା ଓ ସୁନା । ଖଲ୍ଲିକୋଟ ଥାନା ବାକୁଟ ଗାଁର ବୁଲା ପଲେଇଙ୍କ ଘରେ ଗତ ରାତିରେ କଳାକନା ବୁଲାଇଛନ୍ତି ଲୁଟେରା । ୨୦ ଗ୍ରାମ ସୁନା, ୫୦ ଗ୍ରାମ ରୂପା, ଏକ ୟୁନିକର୍ଣ୍ଣ ବାଇକ ସହ ୧୨ ହଜାର ଟଙ୍କା ଲୁଟି ନେଇଛନ୍ତି । ଅଭିଯାଗ ପରେ ଭେଜିପୁଟ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଗୋଟିଏ ମାସ ଭିତରେ ଖଲ୍ଲିକୋଟ ଅଞ୍ଚଳରେ ୭ଟି ଘରୁ ଚୋରି ହେଲାଣି । ପ୍ରଥମ ଏପ୍ରିଲ ୮ ତାରିଖ ଦିନ ନୂତନ ବ୍ରହ୍ମପୁର ଗାଁରୁ ଚୋରି ହୋଇଥିଲା । ପରେ ଡଅଁର, ପୁଣି ନୂତନ ବ୍ରହ୍ମପୁର, ଚିକିଲି, ଖଲ୍ଲିକୋଟ ଭଳି ବିଭିନ୍ନ ଗାଁରୁ ପାଖାପାଖି ୩୦୦ ଗ୍ରାମରୁ ଅଧିକ ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏହାସହ ଲକ୍ଷାଧିକ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି । ଚୋରି ପରେ ଥାନାରେ ଅଭିଯୋଗ ହେଉଛି, ହେଲେ ପୋଲିସ ନା ଚୋରଙ୍କୁ ଧରି ପାରୁଛି, ନା ତାଙ୍କର କୌଣସି ସୁରାକ ପାଉଛି ।