Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବର୍ଷିଆନ୍ ଢୁଳିଆ ଗୁରୁ ଇନ୍ଦ୍ରଜିତ କୁମ୍ଭାର ଆଉ ନାହାନ୍ତି

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଢେଲେଇ ଗ୍ରାମର ଜଣେ ଲୋକପ୍ରିୟ କଳାକାର ଇନ୍ଦ୍ରଜିତ କୁମ୍ଭାରଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା । ସେ ଥିଲେ ଏକାଧାରରେ ଜଣେ ଢୋଲ ବାଦକ, ମୁହୁରିଆ ଓ ଦଣ୍ଡ ଗୁରୁ । ସ୍ଥାନୀୟ ଜଉଁରା ଭଉଁରା ଅଞ୍ଚଳରେ ତାଙ୍କୁ ଢୁଲିଆ ଗୁରୁ ବୋଲି କୁହାଯାଏ । ମୃତ୍ୟୁ ସମୟରେ ତାଙ୍କ ପାଖରେ ପୁତ୍ର ନାତି ପ୍ରାୟ ବନ୍ଧୁବର୍ଗ ଥିଲେ । ପୁଅ ସଦାନନ୍ଦ କୁମ୍ଭାର ମୁଖାଗ୍ନି ଦେଇଥିଲେ । କଳାକୁ ନିଜର ସୌଖୀନ୍ ବୃତ୍ତିଭାବେ ଗ୍ରହଣ କରିଥିବା ଇନ୍ଦ୍ରଜିତଙ୍କୁ ଢ଼େଲେଇ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଶ୍ରେଷ୍ଠ କଳାକାର-୨୦୨୫ ଭାବରେ ସମ୍ବର୍ଦ୍ଧନା ଦିଆଯାଇ ଥିଲା । ଏତତ୍ସହ ସବୁଠାରୁ ବୟୋଜ୍ୟେଷ୍ଠ ନାଗରିକ ଭାବରେ ସେ ଢେଲେଇ ବିଦ୍ୟାଳୟରେ ଗତବର୍ଷ ସେ ଜନରାଜ୍ୟ ଦିବସରେ ପତାକା ଉତ୍ତୋଳନ କରିଥିଲେ । ତାଙ୍କରି ଲୋକପ୍ରିୟତା ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।