Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ:୯୩ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ରାଶି ବାବଦକୁ ଟ.୬୧,୩୮,୪୦୦ଙ୍କା ପ୍ରଦାନ

ସମ୍ବଲପୁର:ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ, ସମ୍ବଲପୁରର ମିଳିତ ସହଭାଗିତାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ – ୨୦୨୫ ସ୍ଥାନୀୟ ତପସ୍ଵିନୀ ହଲ, ସମ୍ବଲପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ, ସମ୍ବଲପୁର ସାଂସଦ ପ୍ରତିନିଧି ନାଉରୀ ନାଏକ,ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କ ବିଭୁତିକଲ୍ୟାଣ ପଟେଲ,ସମ୍ବଲପୁର ବିଧାୟକ ପ୍ରତିନିଧି ସମୀର ରଞ୍ଜନ ବାବୁ,ସିଦ୍ଧେଶ୍ଵର ବଳିରମ ବୋନ୍ଦାର ଜିଲ୍ଲାପାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀ ଶତ୍ରୁଜିତ ସାହୁ,ଜିଲ୍ଲା ଶ୍ରମ ଅଧିକାରୀ(ପ୍ରବର୍ତ୍ତନ),ସମ୍ବଲପୁର ସଭା ପରିଚାଳନା କରିଥିବା ବେଳେ ଶ୍ରୀ ଦିବ୍ୟ ଶଙ୍କର ଧୁରୁଆ,ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ),ସମ୍ବଲପୁର ନିର୍ମାଣ ଶ୍ରମିକ ଭାଇ ଭଉଣୀମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।ଶେଷରେ ସୁଶ୍ରୀ ପୁଷ୍ପା ମିଞ୍ଜ, ସହକାରୀ ଶ୍ରମ ଅଧିକାରୀ, ସମ୍ବଲପୁର ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୯୩ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସହାୟତା ରାଶି ବାବଦକୁ ଟ.୬୧,୩୮,୪୦୦ ଙ୍କା ଏବଂ ନୂତନ ଭାବରେ ପଞ୍ଜୀକୃତ ହୋଇଥିବା ୨୦୦ ଜଣ ନିର୍ମାଣ ଶ୍ରମିକ ଓ ୫୦ ଜଣ ଅଂସଙ୍ଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ବିତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ଜଣ ଶ୍ରମିକ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ଯୁଗ୍ମ ଶ୍ରମ କାର୍ଯ୍ୟାଳୟ, ସମ୍ବଲପୁରର କର୍ମକର୍ତ୍ତା ଯଥା ଶ୍ରୀ ସୌମ୍ୟ ରଞ୍ଜନ ସାହୁ (ମଙ୍ଗଳ ସଂଯୋଜକ),ଶ୍ରୀ ତ୍ରିଲୋଚନ ବାରିକ,ଅଜିତ କୁମାର ପ୍ରଧାନ, ଅତ୍ତଉର ଖାନ ଓ ଶ୍ରୀ ଅମରେନ୍ଦ୍ର ଚନ୍ଦ୍ର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।