ଓଡ଼ିଶା ଡଟ୍ ନ୍ୟୁଜ୍: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଘୋଷଣା ହେବ ରେଜଲ୍ଟ । ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀ ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.in ଓ www.orissaresults.nic.in ରେ ନିଜ ନିଜର ପରୀକ୍ଷା ଫଳ ଦେଖି ପାରିବେ ।
ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ୱେବସାଇଟ୍ରେ ଫଳାଫଳ ଯାଞ୍ଚ କରି ପାରିବେ ଛାତ୍ରଛାତ୍ରୀ । ଏହାସହ ଏସଏମଏସ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ସୁବିଧା ବୋର୍ଡ ପକ୍ଷରୁ ଉପଲବ୍ଧ କରାଯିବ । ଯେଉଁମାନେ ଫଳାଫଳ ନେଇ ଅସନ୍ତୁଷ୍ଟ ହେବେ, ସେମାନେ ପୁନଃ ମୂଲ୍ୟାୟନ କିମ୍ବା ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ ।
ରାଜ୍ୟର ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରରେ ଚଳିତ ଥର ୫ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପ୍ରଶ୍ନପତ୍ର ଲିକ୍ ଓ କପି ରୋକିବାକୁ ବୋର୍ଡ ପକ୍ଷରୁ ପ୍ରଥମଥର ପାଇଁ ପ୍ରଶ୍ନପତ୍ରରେ ରହିଥଲା କ୍ୟୁଆର କୋର୍ଡ । ୬୦୦ ପରୀକ୍ଷା କେନ୍ଦ୍ରରେ ସିଧାସଳଖ ଲାଇଭ୍ ଷ୍ଟ୍ରିମିଂ ହୋଇଥିଲା । ସବୁ କେନ୍ଦ୍ରରେ ଲାଗିଥିଲା ସିସିଟିଭି ।