Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରାହ୍ମଣ ସମାଜ ବୁର୍ଲା ର ବାର୍ଷିକ ଉତ୍ସବ

ସମ୍ବଲପୁର:ପବିତ୍ର ଅକ୍ଷୟ ତୃତୀୟା ଦିନ ଅପରାହ୍ନରେ ବ୍ରାହ୍ମଣ ସମାଜ ବୁର୍ଲା ର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଳନ କରାଯାଇଥିଲା । ପର୍ଶୁରାମ ଭଗବାନଙ୍କ ପୂଜାର୍ଚ୍ଚନା ପରେ ଅଞ୍ଚଳର ବ୍ରାହ୍ମଣ ସମାଜ ର ସଦସ୍ୟ ବୃନ୍ଦ ଙ୍କୁ ନେଇ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ଭଗବାନ ପର୍ଶୁରାମଙ୍କ ସଜ୍ଜିତ ସୁଦୃଶ୍ୟ ଫଟୋଚିତ୍ର ସହିତ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ନଗର ପରିକ୍ରମା କରିବା ସହିତ ପରିକ୍ରମା ପଥରେ ଥିବା ସମସ୍ତ ମନ୍ଦିର ରେ ପୂଜାର୍ଚ୍ଚନା ଓ ଦୀପଦାନ କରି ତ୍ରିନାଥ ମନ୍ଦିର ପରିସରରେ ପହଞ୍ଚିଥିଲେ।।
ମଞ୍ଚ କାର୍ଯ୍ୟକ୍ରମ ର ଆରମ୍ଭରେ ଆମନ୍ତ୍ରଣ କ୍ରମେ ଅଞ୍ଚଳର ପ୍ରତିଷ୍ଠିତ ବୟୋଜ୍ୟେଷ୍ଠ ବରେଣ୍ୟ ବ୍ରାହ୍ମଣ ଗୁରୁଜନ ମାନେ ଉପସ୍ଥିତ ହୋଇଥିଲେ। ସେମାନେ ହେଲେ, ପ୍ରଫେସର ଡ. ସାଧୁ ଚରଣ ପଣ୍ଡା, ପ୍ରଫେସର୍ ଡା .ମୀନକେତନ କର , ପ୍ରଫେସର ଡା. ଧୃବ ପ୍ରସାଦ ନନ୍ଦ। ପ୍ରଫେସର ଡା. ଅଭୟ ରାୟଗୁରୁ, ଶ୍ରୀଯୁକ୍ତ ଦିତିକୃଷ୍ଣ ପାଢ଼ୀ, ଡ. ନିମେଇ ପଣ୍ଡା, ଶ୍ରୀଯୁକ୍ତ ନନ୍ଦକିଶୋର ଦାଶ।
ଡ.ସ୍ବୟଂ ପ୍ରକାଶ ପଣ୍ଡା ସ୍ବାଗତ ଭାଷଣ, ଅତିଥି ପରିଚୟ ସହିତ ମଞ୍ଚ ପରିଚାଳନା କରିଥିଲେ।
ସଭା ଆରମ୍ଭ ରେ ଅଞ୍ଚଳର ବିଦ୍ୱାନ ବ୍ରାହ୍ମଣ ମାନଙ୍କ ଦ୍ବାରା ବେଦ ପାଠ ସହିତ ମଞ୍ଚାସିନ ବୟୋଜ୍ୟେଷ୍ଠ ବରେଣ୍ୟ ବ୍ରାହ୍ମଣ ଗୁରୁଜନଙ୍କୁ ପୂଜ୍ୟପୂଜା କ୍ରମରେ ଉପଚାର ପୂଜନ କରାଯାଇ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।
ସଂପାଦକ ଶ୍ରୀଯୁକ୍ତ ସୁନିଲ୍ ଆଚାର୍ଯ୍ୟ ସଂପାଦକୀୟ ବିବରଣୀ ପାଠ କରି ବ୍ରାହ୍ମଣ ସମାଜ ବୁର୍ଲା ର ପରିକଳ୍ପନା,ଆରମ୍ଭ ବିବିଧ କାର୍ଯ୍ୟକ୍ରମ, ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ସମାଜର ଆଗାମୀ କାର୍ଯ୍ୟଯୋଜନା ତଥା ଭଗବାନ ପର୍ଶୁରାମଙ୍କ ଜୀବନ ଦର୍ଶନ ରୁ ଶିକ୍ଷା ସମ୍ପର୍କରେ ବିଶଦ ଆଲୋକପାତ କରିଥିଲେ।
ବୟସ୍କ ଗୁରୁଜନ ମାନଙ୍କ ଆଶୀର୍ବାଦ ଏକ ଅଦୃଶ୍ୟ ଶକ୍ତି ଯିଏକି ଆମ ଜୀବନକୁ ସଫଳ ମାର୍ଗରେ ପରିଚାଳିତ କରିଥାଏ। ମାନ୍ୟ ଅତିଥି ମାନେ ଏହିପରି ଏକ ନିଆରା କାର୍ଯ୍ୟକ୍ରମରେ ଯୋଗଦେଇ ବେଶ୍ ବିହ୍ଵଳିତ ହୋଇପଡ଼ିଥିଲେ। ସେମାନଙ୍କ ସୁପରାମର୍ଶ ଓ ଆଶୀର୍ବଚନ ଉପସ୍ଥିତ ସମସ୍ତ ବ୍ରାହ୍ମଣ ସମାଜ ର ସଦସ୍ୟ ମାନଙ୍କ ଭିତରେ ଗଭୀର ପ୍ରେରଣା ସୃଷ୍ଟି କରିଥିଲା।
ସମ୍ମାନୀୟ ସଭାପତି ଶ୍ରୀଯୁକ୍ତ ଯୁଧିଷ୍ଠିର ପତି ମହୋଦୟ ତାଙ୍କ ଅଭିଭାଷଣରେ ଆଗାମୀ ବର୍ଷ ବାର୍ଷିକ ଉତ୍ସବ ପାଳନ ପୂର୍ବରୁ ବୁର୍ଲା ର ସମସ୍ତ ବ୍ରାହ୍ମଣ ପରିବାରଙ୍କୁ ଅନୁଷ୍ଠାନ ସହିତ ଯୋଡିବା ପାଇଁ ପ୍ରୟାସ ଜାରି ରହିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଓ ପ୍ରତିଶୃତି ମଧ୍ୟ ପ୍ରଦାନ କରିଥିଲେ।
ଅନୁଷ୍ଠାନ ର ଉପଦେଷ୍ଟା ପ୍ରଫେସର ଡା. ବ୍ରଜମୋହନ ମିଶ୍ର ନିଜର ବକ୍ତବ୍ୟରେ ବ୍ରାହ୍ମଣ ସମାଜର ସମସ୍ତ ସଦସ୍ୟ ଅନୁଷ୍ଠାନକୁ ପ୍ରତିଷ୍ଠିତ କରିଵା ପାଇଁ ସଂକଳ୍ପବଦ୍ଧ ହୁଅନ୍ତୁ ବୋଲି ଆହ୍ବାନ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମ ଶେଷରେ ସାମୁହିକ ପ୍ରସାଦସେବନ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଗଭୀର ଉତ୍ସାହ ପ୍ରଦର୍ଶନ କରି ଅକୁଣ୍ଠିତ ଭାବରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ