ତାରକେଶ୍ୱର ବାବାଙ୍କ ଥାଳଉଠା ନୀତି ସମ୍ପନ୍ନ


ସମ୍ବଲପୁର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବୁଧବାର ତାରକେଶ୍ଵର ଶିବ ମନ୍ଦିରରେ ଶିତଳଷଷ୍ଠୀର ଆଦ୍ୟପର୍ବ ଥାଳଉଠା ନୀତି ସମ୍ପନ୍ନ ହୋଇଛି। କିରୋଟି ବେହେରା ଓ ଧର୍ମପତ୍ନୀ ଝରଣା ବେହେରା ବର ପିତା-ମାତା ଭାବେ ) ଦାୟିତ୍ଵ ନିର୍ବାହ କରିବାକୁ ଚୟନ ହୋଇଛନ୍ତି। ସେହି ପରି ଧନକଉଡ଼ା ବାସିନ୍ଦା ତୀର୍ଥବାଦୀ ସାହୁ ଓ ଧର୍ମପତ୍ନୀ ଭରୁଚି ସାହୁ କନ୍ୟା ପିତା-ମାତା ଚୟନ ହୋଇଛନ୍ତି। ପୂଜକ ଭାବେ ଲକ୍ଷ୍ମଣ ପଣ୍ଡା ଦାୟିତ୍ଵ ତୁଲାଇ ଲାଇଥିବା ବେଳେ ମନ୍ଦିର କମିଟିର ସଦସ୍ୟମାନେ ଏଥିରେ ସହଯୋଗ କରିଥିଲେ ।