Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱଚ୍ଛତା ପାଇଁ ବାଟ ଦେଖାଉଛି ଏବିସିଡି, ସାମ୍ନା କୁ ଆସିଲା ଟି ସାର୍ଟ

ସମ୍ବଲପୁର, ୦୪.୦୫. (ଆନିସ)ସ୍ୱଚ୍ଛତା ହିଁ ସେବା। ସେବା ହିଁ ସମ୍ପଦ। ଏହାକୁ ପାଥେୟ କରି ଏବିସିଡି ଚାରିଟେବଳ ଟ୍ରଷ୍ଟର ଦି’ପାଦ ଆଗକୁ ବଢ଼ି ବିଭିନ୍ନ ପର୍ଯ୍ୟଟନ, ହାଟ, ବଜାର, ତଥା ସାର୍ବଜନୀନ ମୁଖ୍ୟ ସ୍ଥାନ ଗୁଡିକୁ ପ୍ରତି ରବିବାର ଦିନ ସଫେଇ କରିବାକୁ ଏକ ପ୍ରୟାସ ନେଇଛି।ପ୍ରତି ରବିବାର ଟ୍ରଷ୍ଟ ପକ୍ଷରୁ ସହରର ଅନେକ ପ୍ରମୁଖ ସ୍ଥାନକୁ ସଫେଇ କରିବା ସହିତ ପ୍ଲାଷ୍ଟିକ ମୁକ୍ତ ସହର ନାମରେ ଦୁଷ୍ଟାନ୍ତ ମୂଳକ ନିଦର୍ଶନ ରଖିବାକୁ ପ୍ରୟାସ ଆରମ୍ଭ କରିଛି। ଏହାକୁ ବର୍ଷ ବ୍ୟାପି ଅବ୍ୟାହତ ରଖୁବାକୁ ଓ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ କୁ ବ୍ୟାପକ କରିବା ସହିତ ଏଥିରେ ସମସ୍ତଙ୍କ ସହଯୋଗ ପାଇଁ ସଫେଇ ସମୟରେ ସ୍ୱତନ୍ତ୍ର ଡ୍ରେସ ପରିଧାନ କରି ବାକୁ ନିଷ୍ପତ୍ତି ନିଆଯାଇ ଶୁକ୍ରବାର ଏକ ଟି ସାର୍ଟ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଙ୍କ ଦ୍ୱାର ଉନ୍ମୋଚିତ ହୋଇଯାଇଛି lଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ଟ୍ରଷ୍ଟ ସଭାପତି ରାଜେନ୍ଦ୍ର ଶତନାମି, ଶିକ୍ଷକ ସୁନୀଲ ସାଗର, ସୋମ ପ୍ରକାଶ ବେହେରା ଉପ ସଂପାଦକ ମାସୁଦ ଆଲାମ, ସୁଶାନ୍ତ କେୱାର୍ଡ, ବିଶିଷ୍ଟ ସମାଜ ସେବୀ ପ୍ରଦୀପ କୁମାର ମେହେର,ପ୍ରକାଶ ମେହେର, ଅଜୟ କୁମାର ସାହୁ, ପ୍ରକ୍ଷିତ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ