ସମ୍ୱଲପୁର: ହନୁମାନ ଜୟନ୍ତୀ ସମନ୍ଵୟ ସମିତି ସମ୍ବଲପୁର ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବାଂଲାଦେଶୀ, ରୋହୀଙ୍ଗିଆ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ସହ ଦେଶାନ୍ତର, ଠେଲା ଗୁଡିକରେ ଠେଲା ମାଲିକଙ୍କ ନାମ ଫଳକ ଲଗାଇବା, ଅଟୋ ଡ୍ରାଇଭରଙ୍କ ନାମ, ଫୋନ ନମ୍ବର ଲେଖିବା ବାଧ୍ୟତା ମୂଳକ କରିବା, ଲଭ ଜେହାଦ ବିରୋଧରେ ଏକ ବଡ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି। ଏଥିରେ ଜୟବ୍ରତ ଦେ, ଗୋବିନ୍ଦ ଅଗ୍ରୱାଲ, ଦାମୋଦର କର ଓ ଡ. ପ୍ରମୋଦ ରଥ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ସହ ଆଲୋଚନା କରି ଅନୁପ୍ରବେଶକାରି ଙ୍କୁ ଦେଶାନ୍ତର କରିବାକୁ ପ୍ରକ୍ରିୟା ଗ୍ରହଣ କରିବାକୁ ଦାବି ପତ୍ର ଦେଇ ଅନୁରୋଧ କରିଥିଲେ।
ହନୁମାନ ଜୟନ୍ତୀ ସମନ୍ଵୟ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ
