Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ନର୍ସିଂ ଆସୋସିଏସନ ପ୍ରସଙ୍ଗ:ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ କୁ ବିରୋଧ,କୋର୍ଟ ର ଆଶ୍ରୟ ନେବାକୁ ଚେତାବନୀ

ସମ୍ୱଲପୁର:ଓଡ଼ିଶା ନର୍ସିଂ ଆସୋସିଏସନକୁ ନେଇ ଭିମସାର ନର୍ସିଂ ଆସୋସିଏସନର ବିଜୟଲକ୍ଷ୍ମୀ ଖୁଣ୍ଟିଆ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତ ଏପ୍ରିଲ୍ ୨୭ ତାରିଖ ଦିନ ରାଜ୍ୟ ସଂଘର ନିର୍ବାଚନ ହୋଇଥିବା ବେଳେ ସେଥିରେ ବହୁ ଅନିୟମିତତା ଓ ବିଶୃଙ୍ଖଳା ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏନେଇ ସ୍ୱର ଉତ୍ତୋଳନ କରୁଥିବା ଆସୋସିଏସନର ସବୁ ସଭ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିଵାକୁ ଧମକ ଦିଆଯାଉଛି। ଆସୋସିଏସନର ରାଜ୍ୟ ସମ୍ପାଦକଙ୍କ ୨ ବର୍ଷ କାର୍ଯ୍ୟକାଳ ନେଇ ପ୍ରଶ୍ନ କଲେ ଆକ୍ରୋଶ ମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ବିଜୟଲକ୍ଷ୍ମୀ ଖୁଣ୍ଟିଆ କହିଛନ୍ତି। ସଂଘର ରାଜ୍ୟ ସମ୍ପାଦକ ମନମୁଖୀ କାର୍ଯ୍ୟକଳାପ ନେଇ ସେ ନିଜେ ପ୍ରତିବାଦ କରିବାରୁ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତାଙ୍କୁ ଭିମସାର ନର୍ସିଂ ଆସୋସିଏସନର ସମ୍ପାଦିକା ପଦରୁ ଉଦ୍ଦେଶ୍ୟ ମୂଳକ ଓ ଅସମ୍ବାଧାନିକ ଭାବେ ବହିଷ୍କାର କରାଯାଇଥିବା ନେଇ ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟାଲକ୍ଷ୍ମୀ ଅଭିଯୋଗ କରିଛନ୍ତି। ସଂଘ ବିରୋଧରେ କାର୍ଯ୍ୟ କରୁଥିବା ସଭ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ବିଧି ବ୍ୟବସ୍ଥା ଥିବାବେଳେ ତାଙ୍କ ପ୍ରତି ମିଛ ଅଭିଯୋଗ କରାଯାଇ ତାଙ୍କୁ ବହିଷ୍କାର କରାଯାଇଛି। ଯେହେତୁ ସେ ତାଙ୍କ ଚାକିରି ସ୍ଥାୟୀ ପାଇଁ ହାଇକୋର୍ଟ ଠାରେ ପିଟିସନ ଦେଇଥିବା ବେଳେ ତାଙ୍କୁ ଅନ୍ୟ କିଛି ଆସୋସିଏସନର ସଭ୍ୟ ମାନେ ତାଙ୍କ ଠାରୁ ଓକିଲଙ୍କ ପରିଚୟ ପଚାରି ସେମାନେ ବି ହାଇକୋର୍ଟରେ ସ୍ଥାୟୀ ଚାକିରି ନେଇ ମାମଲା ରୁଜ୍ଜୁ ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିସହ କୈାଣସି ଆର୍ଥିକ ଦେଣନେଣ ନେଇ ଆଉ ତାଙ୍କର କୌଣସି ଭୂମିକା ନଥିବାବେଳେ ଆସୋସିଏସନ୍ କିଛି ସଭ୍ୟ ସଭ୍ୟାଙ୍କୁ ଭ୍ରମିତ କରି ତାଙ୍କ ନାମରେ ମିଛ ଅଭିଯୋଗ କରି ତାଙ୍କୁ ଉଦ୍ଧେଶ୍ୟ ମୂଳକ ଭାବରେ ବହିଷ୍କାର କୁ ସେ ତୀବ୍ର ବିରୋଧ କରିଛନ୍ତି। ତେବେ ରାଜ୍ୟ ସଂଘର କର୍ମକର୍ତ୍ତାଙ୍କ ୨ବର୍ଷ ପୁତ୍ତି ପରେ ମଧ୍ୟ କଣ ପାଇଁ ସଂଘର ଆର୍ଥିକ କାରବାର ନେଇ ଅଡିଟ ରିପୋର୍ଟର କୋୖଣସି ସୂଚନା ସଂଘର ୧୫ ହଜାର ସଭ୍ୟସଭ୍ୟାଙ୍କୁ ଦିଆଯାଉନଥିବା ନେଇ ସେ କହିବାରୁ ତାଙ୍କୁ ବହିଷ୍କାର କରାଯାଇଛି। ଏଥିସହ ତାଙ୍କୁ ମୌଖିକ ଭାବେ ବହିଷ୍କାର ନେଇ ଜଣାଯାଇଥିବା ବେଳେ ଏନେଇ କୋୖଣସି ରିଜୁଲେସନ କପି ମଧ୍ୟ ଦିଆଯାଇନାହିଁ।‌ ଏନେଇ ସରକାରଙ୍କ ସେ ଏହି ସଂପୁର୍ଣ୍ଣ ଘଟଣା ନେଇ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି। ତେବେ ସରକାରଙ୍କ ଠାରୁ କୈାଣସି ନ୍ୟାୟ ନପାଇଲେ ସେ କୋର୍ଟର‌ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଶୁଣାଇଛନ୍ତି।