Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସୟୁଜେ ପକ୍ଷରୁ ବିଶ୍ୱ ସାମ୍ବାଦିକ ସ୍ୱାଧୀନତା ଦିବସ

ସମ୍ବଲପୁର:ଆଜି ସମ୍ବଲପୁର ଜିଲ୍ଳା ସାମ୍ବାଦିକ ଭବନ ଠାରେ ଏସୟୁଜେ ସମ୍ବଲପୁର(ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ) ପକ୍ଷରୁ ବିଶ୍ୱ ସାମ୍ବାଦିକ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ସମ୍ବଲପୁର ଜିଲ୍ଳା ସଭାପତି ରାଧେଶ୍ୟାମ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ସାମ୍ବାଦିକ ଯୋଗଦାନ କରିଥିଲେ।ସମ୍ବାଦିକତା କରୁଥିବା ବ୍ୟକ୍ତି ର କୋଣସି ସୁରକ୍ଷା ନାହିଁ।ବାକ ସ୍ୱାଧୀନତା ଥିଲେ ମଧ୍ୟ ସାମ୍ବାଦିକତା ର କଣ୍ଠରୋଧ କରାଯାଉଛି।ଆମର ମୌଲିକ ଅଧିକାର କେବଳ କାଗଜ କଲମରେ ଲିପିବଦ୍ଧ ହେଉଛି ବୋଲି ଅତିଥି ଗଣ ପ୍ରକାଶ କରିଥିଲେ।ସଂଯୁକ୍ତ ରାଷ୍ଟ୍ର ରେ ପ୍ରଥମ କରି ସାମ୍ବାଦିକ ଗଣ ୧୯୯୧ ମସିହା ୩ମଇ ଦିନ ସମ୍ବାଦିକ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଥିଲେ।
ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ।ସମ୍ବଲପୁର ଜିଲ୍ଳା ଉପସଭାପତି ଆତ୍ମାରାମ ସୁପକାର, ଟିକେଶ୍ୱର ପ୍ରଧାନ, ଚନ୍ଦ୍ରଚୂଡ଼ ସିଂ, ସମ୍ପାଦକ ହରିଶଙ୍କର ମିଶ୍ର, ରମେଶ ଚନ୍ଦ୍ର ପ୍ରଧାନ, ଶ୍ରୀମତୀ ସବିତା ମିଶ୍ର,ସତମନ ବାଗ, ସମ୍ଭୁ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।