ସମ୍ବଲପୁର:ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ୍ ପରମାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ନିର୍ମାଏଲ୍ ସାହିତ୍ୟ ସଂସଦ ଓ ପରମାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ମିଳିତ ଆନୁକୁଲ୍ୟରେ ସୁନାମ ଧନ୍ୟ ସାହିତିକ ତଥା ପରମାଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ଡଃ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ନବେ ତମ ଜନ୍ମବାର୍ଷିକୀ ପାଳନ କରାଯାଇଅଛି | ଏହି କାର୍ଯ୍ୟକ୍ରମ ରେ ବର୍ଷିଆନ୍ ଲେଖକ ଶ୍ରୀ ବିଭୁତି ଭୁଷଣ ନାଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଲେ ମୁଖ୍ଯ ବକ୍ତା ଭାବରେ ଶ୍ରୀ ପଦ୍ମଲୋଚନ ନାଥ ଓ ସମ୍ମାନିତ ଅତିଥି ଭାବରେ ଶ୍ରୀ କୈଲାସ ଚନ୍ଦ୍ର ବାରିକ,ସିଦ୍ଧାର୍ଥ କୁମାର ବିଶ୍ବାଳ,ମାନେଶ୍ୱର ବ୍ଲକ୍ ଉପାଧକ୍ଷ ଶ୍ରୀ ନରେନ୍ଦ୍ର ମିଶ୍ର ମଞ୍ଚାସିନ ଥିଲେ | ନିର୍ମାଏଲ୍ ସାହିତ୍ୟ ସଂସଦ ର ସଭାପତି ଶ୍ରୀ କାହ୍ନୁଚରଣ ନାଥ ଙ୍କ ସଭାପତିତ୍ୱ ରେ କାର୍ଯକ୍ରମ ଆରମ୍ଭ ହୋଇଥିଲା | ପ୍ରଥମେ ସମସ୍ତେ ଶ୍ରୀ ବିଶ୍ବଳଙ୍କ ପଟ୍ଟଚିତ୍ର ଉପରେ ମାଲ୍ୟାର୍ପଣକରି ଦୀପ ପ୍ରଜ୍ଜ୍ୱଳନ କରିଥିଲେ ତାପରେ ତାଙ୍କ ସ୍ମ୍ରୁତି ଚାଳନା କରିଥିଲେ | ଶ୍ରୀ ତ୍ରିଲୋଚନ ସାହୁ ମଙ୍ଗଳୁ ବିଶ୍ବାଳଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସୁବ୍ରତ ମିଶ୍ର ଓ ସମ୍ବିତ ସାହୁ ଯାନ୍ତ୍ରିକ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ତାଙ୍କ ନାତି ବିଜନ ବିଶ୍ୱାଳ,ସହଜର୍ମୀ,ଛାତ୍ର ବହୁ ମଙ୍ଗଳୁ ପ୍ରେମୀ ଯୋଗଦେଇ ଥିଲେ।ଶେଷରେ ସଂପାଦକ ପ୍ରଦ୍ୟୁମ୍ନ ବିଶି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
ପରମାଣପୁରରେ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳ ଜୟନ୍ତୀ
