ଝାରସୁଗୁଡା ଉପନର୍ବାଚନ; ଦୀପାଳିଙ୍କ ପ୍ରତି ଲୋକଙ୍କ ଆର୍ଶୀବାଦ ରହିଛି ସେ ହିଁ ଜିତିବ; ଦେବୀ ମିଶ୍ର


ଝାରସୁଗୁଡା: ଝାରସୁଗୁଡା ଉପ-ନିର୍ବାଚନ। ସରିଛି ମତଦାନ । କିଏ ଜିତିବ, କିଏ ହାରିବ ସେ ନେଇ ଚାଲିଛି କଳ୍ପନାଜଳ୍ପନା। ଏବେ ଖାଲି ଫଳାଫଳକୁ ଅ‌ପେକ୍ଷା। କାହା ଭାଗ୍ୟରେ ଅଛି ବିଜୟ ମୁକୁଟ ସେ ନେଇ ଚାଲିଛି ଅଙ୍କକଷା। ତେବେ ଝାରସୁଗୁଡା ଉପ-ନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟ ହାସଲ କରିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ଉପ-ସଭାପତି ଦେବୀ ମିଶ୍ର ।

ଉପ-ନିର୍ବାଚନର ଫଳାଫଳକୁ ନେଇ ମନ୍ତ୍ରୀ କହିଛନ୍ତି, ଅଧିକ ଭୋଟିଂ ଆମ ପାଇଁ ସହାୟକ ହେବ । ଜନାଦେଶ ବିଜେଡି ସପକ୍ଷରେ ଯିବ । ଦୀପାଳି ଦାସଙ୍କୁ ଲୋକେ ଆର୍ଶୀବାଦ ଦେଇଛନ୍ତି ସେ ହିଁ ବିଜୟ ହାସଲ କରିବେ ।

ତେବେ ସୂଚନା ଅନୁଯାୟୀ ଏଥର ଝାରସୁଗୁଡା ଉପନିର୍ବାଚନରେ ରେକର୍ଡ ସଂଖ୍ୟାରେ ମତଦାନ ହୋଇଛି। ୨୦୧୯କୁ ପଛରେ ପକାଇଛି ଏଥର ଝାରସୁଗୁଡା ନିର୍ବାଚନ। ୨୦୨୩ ଝାରସୁଗୁଡା ନିର୍ବାଚନରେ ୭୯.୨୧ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୧୯ରେ ୭୮.୯୨ ପ୍ରତିଶତ ଭୋଟିଂ ହୋଇଥିଲା।