Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବକ୍ସ ଅଫିସରେ ଧମାଲ୍ କରୁଛି ରେଡ୍ ୨, ଆୟରେ ୭୦ କୋଟି ପାର୍

ମୁମ୍ବାଇ: ରେଡ୍ ୨ ଚଳଚ୍ଚିତ୍ର ବର୍ତ୍ତମାନ ଦର୍ଶକଙ୍କ ହୃଦୟକୁ ସଫଳତାର ସହ ଜିତି ପାରିଛି। ଓପନିଂ ୱିକେଣ୍ଡ ପର୍ଯ୍ୟନ୍ତ ବକ୍ସ ଅଫିସରେ ରାଜ କରିଥିବା ସୁପରଷ୍ଟାର ଅଜୟ ଦେବଗନଙ୍କ ଏହି ସିନେମା ସୋମବାର ଦିନ ସପ୍ତାହିକ ଚ୍ୟାଲେଞ୍ଜକୁ ସଫଳତାର ସହ ଅତିକ୍ରମ କରିଛି। ଏପରିକି ରିଲିଜ୍ ହେବାର ୫ମ ଦିନରେ ଏକ ଭଲ କଲେକ୍ସନ କରିଛି।

୨୦୧୮ରେ ରିଲିଜ୍ ହୋଇଥିବା ରେଡ୍‌ର ସିକ୍ୱେଲ୍ ଭାବରେ ଅଜୟ ଦେବଗନଙ୍କ ରେଡ୍‌ ୨ ଏହାର ଚମତ୍କାର କାହାଣୀ ସହିତ ସମସ୍ତଙ୍କୁ ପ୍ରଭାବିତ କରିଛି। ସାକନିଲ୍କର ରିପୋର୍ଟ ଅନୁଯାୟୀ, ରେଡ୍ ୨ ରିଲିଜ୍ ହେବାର ୫ମ ଦିନରେ ପ୍ରାୟ ୭ କୋଟି ଟଙ୍କା ରୋଜଗାର କରିଛି। ଅଜୟ ଦେବଗନଙ୍କ ଏହି ଫିଲ୍ମଟି ପ୍ରଥମ ଦିନରେ ହିଁ ୧୯.୨୫ କୋଟି ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିଲା। ତେବେ ଫିଲ୍ମର ମୋଟ ଆୟ ବିଷୟରେ କହିବାକୁ ଗଲେ ଏହା ଏପର୍ଯ୍ୟନ୍ତ ୭୩ କୋଟି ଟଙ୍କା ଉପରେ ସଂଗ୍ରହ କରିସାରିଛି।

ଏହି ଫିଲ୍ମରେ ଅଜୟଙ୍କ ସହ ହିରୋଇନ୍ ଭାବେ ସ୍କ୍ରିନ ସେୟାର କରିଥିଲେ ବାଣୀ କପୁର।