Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସ୍କନ ପକ୍ଷରୁ ମେଧାବୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର:ବରଗଡ଼ କାଳୀ ମନ୍ଦିର ନିକଟସ୍ଥ ସ୍ଥାନୀୟ ଇସ୍କନ କାର୍ଯ୍ୟାଳୟ ପକ୍ଷରୁ ଚଳିତ ବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ମେଟ୍ରିକ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ୫୮୪ ମାର୍କ ସହିତ (୯୭.୦୯ %) ମାର୍କ ରଖି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବରଗଡ଼ ବରମଚାରୀ ନିବାସୀ ଶ୍ରୀ ସନ୍ତୋଷ କୁମାର ରଥ ଓ ଶ୍ରୀମତୀ ରୀନା ରଥଙ୍କ ସୁପୁତ୍ରୀ ତଥା ଶିଶୁ ମନ୍ଦିର ଓଡ଼ିଆ ବିଭାଗର ଛାତ୍ରୀ ଶୁଶ୍ରୀ ବବିତା ରଥଙ୍କୁ ଇସ୍କନ ସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହା ପୂର୍ବରୁ ହରେକୃଷ୍ଣ ହରେରାମ ମହାମନ୍ତ୍ର ଜପ କରାଯାଇଥିଲା ଏବଂ ଛାତ୍ରୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା।
ଏହି ଅବସରରେ ଶୁଶ୍ରୀ ରଥଙ୍କୁ ଶ୍ରୀମଦ୍ଭାଗବଦ୍ ଗୀତା, ନାମାବଳୀ ତଥା ଜପାମାଳୀ ପ୍ରଦାନ କରାଯାଇଥିଲା।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସଂସ୍ଥା ପକ୍ଷରୁ ରସରାଜ ରାଧିକେଶ ଦାଶ,ପ୍ରଚାରକ ଅଭିଜିତ ପ୍ରତିହାର, କୋଷାଧ୍ୟକ୍ଷ ଝସକେତନ ମେହେର,ଶ୍ରୀବାସ ପତି,ଗୁନାରୁ ମିଶ୍ର,ସତ୍ୟବାଦୀ ସାହୁ,ତପନ ପ୍ରଭୁ, ସୁଲୋଚନା ଶ୍ରୀପଦା ଦେବୀଦାସୀ, ରାଧା ସୁସ୍ମିତା ଦେବୀଦାସୀ, ସରସ୍ଵତୀ ମାତାଜୀ, ଆଦି ଇସ୍କନ ସଦସ୍ୟ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ