Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଯୋମୁରା ପଞ୍ଚାୟତ ସମିତି ବୈଠକ ପ୍ରତିଶୃତି ପାଣିରଗାର:ଦିନ ଦିନ ଧରି ଗାଁ ଅନ୍ଧାର,ପ୍ରତିଦିନ ଚାଲିଛି ବିଜୁଳିର ଲୁଚାକାଳି ଖେଳ

ସମ୍ବଲପୁର: ଜୁଯୋମୁରା ବ୍ଲକ ରେ ଚାଲିଛି ଘନ ଘନ ବିଦ୍ୟୁତ୍ ବିଭ୍ରାଟ।ପତ୍ର ହଳିବା ମାତ୍ରେ ଲାଇନ କାଟ ହେଉଛି।ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ମିଳୁଛି ଗୋଟିଏ ଉତ୍ତର ମିଳୁଛିଯେ,୩୩ କେଭି ଫଲ୍ଟ ଅଛି । ଏହି ଚିରାଚରିତ ଗୋଟିଏ ଉତ୍ତର ଶୁଣି ଶୁଣି ଲୋକଙ୍କ ଦେହସୁଆ ହୋଇଗଲାଣି । କିନ୍ତୁ ସେ ଫଲ୍ଟ ସଜାଡ଼ି ସଜାଡ଼ି ବିଜୁଳି ଆସିବା ବେଳକୁ ଘଣ୍ଟା ଘଣ୍ଟା ଲାଗୁଛି। କେଉଁଠି ଦିନରାତି ବିତିଯାଇ ଦିନ ପରେ ଦିନ ଲାଗୁଛି। ଆଉ ଗତ କିଛିଦିନ ହେଲାଣି ଜୁଯୋମୁରା ବ୍ଲକରେ ବିଜୁଳିର ଲୁଚକାଳି ଖେଳ ଲୋକଙ୍କ ପାଇଁ କାଳ ସାଜିଛି। ତୁହାକୁ ତୁହା କଟୁଛି ବିଜୁଳି।କୌଣସି କାରଣ ନଥାଇ ବିଜୁଳି ଘଡି ଘଡିକେ ଯାଇ ଆସୁଛି। କେଉଁଠି କେମିତି ସନ୍ଧ୍ୟାରେ ଲାଇନ ଗଲେ ଆଉ ଫେରୁ ନାହିଁ ।
ରାଜ୍ୟ ସରକାର ଘୋଷଣା କରିଥିଲେ ବିଜୁଳି କାଟ ହେବନି। କିନ୍ତୁ ଫଳ ଓଲଟା।ଯନ୍ତ୍ରୀ କୁ ଛାଡି ମନ୍ତ୍ରୀଙ୍କ କଥା ମାନିବାକୁ ଟିପିଡବ୍ଲୁଡିଓଏଲ ଯେମିତି ଜୁଯୋମୁରା ବ୍ଲକରେ ଲଗାମଛଡା। ସେଭଳି ଅବସ୍ଥା ଦେଖିବାକୁ ମିଳିଛି ଜୁଯୋମୁରା ବ୍ଲକ ଅଞ୍ଚଳ ର ଜୟନ୍ତପୁର ଠାରୁ ଆରମ୍ଭ କରି ପଡିଆବାହାଲ,ଡ଼ଙ୍ଗରପଡା, ଛାମୁଣ୍ଡା, ଝାଙ୍କରପାଲି, ହାତିବାରୀ, ଜୁଯୋମୁରା ଯାଏ। ଗତ ଏକ ମାସ ଧରି ଏହା ଲାଗିରହିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଘୋଷଣା ପରେ ଏହା କମିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଦ୍ବିଗୁଣିତ ହେଲା। ଫଳରେ ଲୋକଙ୍କ ଚାପରେ ଲୋକ ପ୍ରତନିଧି ଏପରିକି ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ୍ୟ ଗତ ପଞ୍ଚାୟତ ସମିତି ବୈଠକରେ ଅଭିଯୋଗ ଆଣି ବର୍ଷଥିଲେ ଟିପିଡବ୍ଲୁଡିଓଏଲ ଓ ବିଦ୍ୟୁତ କର୍ମଚାରୀ ଙ୍କ ଉପରେ। ବୈଠକରେ ଉପସ୍ଥିତ ଅଧିକାରୀ ମାନେ ଏହାର ଆଉ ପୁନରାବୃତ୍ତି ହେବ ନାହିଁ ଓ ଏଣିକି ବ୍ଲକରେ ବିଦ୍ୟୁତ କାଟ ହେବ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ। ଯାହା ପଞ୍ଚାୟତ ସମିତି ବୈଠକ ପ୍ରସ୍ତାବ ରେ ଲିପିବଦ୍ଧ ହୋଇଛି। କିନ୍ତୁ ଏହି ପ୍ରତିଶୃତି ଏବେ ସାଜିଛି ପାଣିର ଗାର। ଘଡି ଘଡିକେ ଲୋକଙ୍କ ସହ ବିଜୁଳି ଖେଳୁଛି ଲୁଚାକାଳି ଖେଳ।ଯାହା ଅସହ୍ୟ ହେଲାଣି। ଗାଁ ଗାଁ ରେ ବଢ଼ିଲାଣି ଅସନ୍ତୋଷ। ମିଳିଥିବା ସୂଚନା ମତେ ଖସୁପାଲି, ସରଖଣ୍ଡି ଓ ପାଟୁଆବାହାଲ ଗାଁ ୩ ଦିନ ଧରି ଅନ୍ଧାର ପଡିଛି।ଶୁଣାଯାଉଛି ଆଜି ଖସୁପାଲି ଲାଇନ ଆସିଥିଲେବି ପୁଣି ଯାଇଛି। ୨ ଦିନ ଧରି ଅନ୍ଧାର ରହିଥିବା କଦଳୀ ମୁଣ୍ଡା ଗାଁ କୁ ଗତକାଲି ବିଦ୍ୟୁତ ସଂଯୋଗ ହୋଇଛି। ନୁଆଁ କଟା ଗାଁରେ ରାସ୍ତା କଡ଼ରେ ଝୁଲି ରହିଛି ବିଦ୍ୟୁତ ତାର। ଏହା ଲୋକ ଙ୍କ ପାଇଁ କେତେବେଳେ ବିପଦ ସାଜିବା ଆଶଙ୍କା କରି ବିଭାଗୀୟ ଆକର୍ଷଣ କରିବା ୬ ମାସ ବିତିଥିଲେବି ଗ୍ରାମବାସୀଙ୍କ କାମ ହୋଇନଥିବା ଆଭିଯୋଗ ହୋଇଛି। ସେପଟେ ମରାମତି ଓ ରକ୍ଷଣା ବେକ୍ଷଣ ନାଁରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା। ହେଲେ ଲୋକଙ୍କ ଆପତ୍ତି ଆଭିଯୋଗ ପ୍ରତି ଖାତିର ନାହିଁ ଟିପିଡବ୍ଲୁଡିଓଏଲ କର୍ତ୍ତ୍ତୃପକ୍ଷ ବା କର୍ମଚାରୀଙ୍କ।
ବିଦ୍ୟୁତ ବିଭାଗ ପକ୍ଷରୁ କାଳବୈଶାଖୀରେ ବିଜୁଳି ସଜଡା ଏବେ ଏକ ପ୍ରହାସନ ହୋଇଛି। ସରକାର ଦୃଢ଼ତାର ସହ ପାୱାର କଟ ହେବ ନାହିଁ ବୋଲି ପ୍ରଚାର ପ୍ରସାର କରିଥିଲେ । ୧ଘଣ୍ଟା ମଧ୍ଯରେ ସଜଡ଼ା ଯିବ ବୋଲି ଘୋଷଣା କରାଯାଇଥିଲା। ହେଲେ ସବୁ ଘୋଷଣା ଘୋଷଣାରେ ରହିଯାଇଛି ଜୁଯୋମୁରା ବ୍ଲକରେ।ଅଘୋଷିତ ଘନ ଘନ ପାୱାର କଟ ସହିବାର ସବୁ ସୀମା ଟପି ଯାଇଛି । ଏଭଳି ଘନ ଘନ ବିଦ୍ୟୁତ ବିଭ୍ରାଟ ଜୁଯୋମୁରା ଅଞ୍ଚଳରେ ଏକ ନିତିଦିନିଆ ଘଟଣା ହୋଇ ଗଲାଣି। ଅଞ୍ଚଳରେ ଖରା ଯେତିକି ଜୋରରେ ବଢୁଛି ତା ଠାରୁ ଅଧୂକ ଜୋରରେ ପାୱାର କଟ ହେଉଛି । ଏପଟେ ଅସହ୍ୟ ଗରମରେ ଲୋକେ ଆଉଟୁ ପାଉଟୁ ହେଉଥ‌ିବାବେଳେ ସେପଟେ ବିଜୁଳିର ଲୁଚକାଳି ଖେଳ କଟା ଘା’ରେ ଚୂନ ସଦୃଶ ହେଉଛି । ସହର ଓ ଗ୍ରାମାଞ୍ଚଳରେ ମାଳ ମାଳ ଲାଇନମ୍ୟାନ ଘୁରି ବୁଲୁଥିବାବେଳେ ତାଙ୍କୁ ତଦାରଖ କରିବା ପାଇଁ ସୁପରଭାଇଜର ରହିଛନ୍ତି। କେଭି ଲାଇନ ତଦାରଖ କରିବା ପାଇଁ ସ୍ବତନ୍ତ୍ର ଟିମ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଦ୍ଵାରା ପରିଚାଳିତ ହେଉଛନ୍ତି । ନିୟମିତ ବ୍ୟବଧାନରେ ରକ୍ଷଣାବେକ୍ଷଣ ନାମ ନାମରେ ଘଣ୍ଟା ଘଣ୍ଟା ଧରି ପାୱାରକ କଟ କରାଯାଉଛି । ହେଲେ ଏତେ ସବୁ ରକ୍ଷଣାବେକ୍ଷଣ ସତ୍ତ୍ୱେ ଏଭଳି ସ୍ଥିତି ହେଉଥ‌ିବା ହେତୁ ଉପଭୋକ୍ତା ଅସନ୍ତୋଷ ବ୍ୟକ୍ତି କରିଛନ୍ତି।ଜୁଯୋମୁରା ବ୍ଲକରେ ରେଢ଼ାଖୋଲ ଓ ସମ୍ବଲପୁର ୨ ଟି ଅଧୀନରେ ଥିବାରୁ ସମନ୍ଵୟର ଘୋର ଅଭାବ ପରିଲକ୍ଷିତ ହେଉଛି। ଜୁଯୋମୁରା ଜୋନ -୧ ପାଇଁ ହାତିବାରୀ ଲାଇନ କାଳ ସାଜିଛି। ପଡିଆବାହାଲ ଗ୍ରୀଡ଼ ସହିତ ଏହି ଅଞ୍ଚଳରେ ବିଦ୍ୟୁତ ଯୋଗାଣ ପାଇଁ ନିକଟରେ ଏସଡ଼ିଓ, ଜେଇ ଙ୍କ ସହିତ ବୈଠକ ହୋଇ ଆଲୋଚନା ହୋଇ ସମସ୍ୟାର ସମାଧାନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହାବି ଧିମେଇ ଯାଇଛି।ତେବେ ବର୍ତ୍ତମାନ ସମୟ ହିଁ ଟିପିଡବ୍ଲୁଡିଓଏଲ ର ଅସଲ ପରିଚୟ ହେବ।ଦକ୍ଷତା ଦେଖାଇବେ ନାଁ ଶୋଷଣ କରି ସରକାର ଙ୍କ ନିର୍ଦ୍ଦେଶ କୁ ଫୁ କରିବେ ତାହା କେବଳ ସମୟ କହିବନି ବରଂ ଜନତା ଏହାର ଠିକ ଜବାବ ଦେବେ ବୋଲି ଆଜିଠୁ ଚେତାଇ ଦେଲେଣି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ