‘ଅପରେସନ୍ ସିନ୍ଦୂର’; ପାକିସ୍ତାନ ଉପରେ ଆଟାକ କଲା ଭାରତ


ନୂଆଦିଲ୍ଲୀ: ଭାରତର ‘ଅପରେସନ୍ ସିନ୍ଦୂର’ ଆରମ୍ଭ ହୋଇଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ସେନା। ମଧ୍ୟରାତ୍ରି ପରେ, ଯେତେବେଳେ ପାକିସ୍ତାନରେ ଆତଙ୍କବାଦୀମାନେ ଶାନ୍ତିରେ ଶୋଇଥିଲେ। ସେତେବେଳେ ଭାରତ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲା।

ଯେଉଁଥିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ସଠିକ୍ ଆକ୍ରମଣ କରାଯାଇଥିଲା। ୨୨ ଏପ୍ରିଲରେ ପହଲଗାମ ଆକ୍ରମଣର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା, ଯେଉଁଥିରେ ୨୬ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ।

ଭାରତୀୟ ସେନା ରାତି ୧.୪୪ ରେ ଜାରି ଏକ ବିବୃତ୍ତିରେ କହିଛି ଯେ ‘ଅପରେସନ୍ ସିନ୍ଦୂର’ ଅଧୀନରେ ସାମରିକ ଆକ୍ରମଣ କରାଯାଇଥିଲା। ଯେଉଁଥିରେ ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା। ଏଥିରେ ପିଓକେ ଏବଂ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ଆତଙ୍କବାଦୀ ଲଞ୍ଚିଂ ପ୍ୟାଡ୍‌ଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା, ଯେଉଁଥିରେ ୭୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି।

ଭାରତ, ପାକିସ୍ତାନ ଏବଂ ପିଓକେରେ ଥିବା ଘାଟିଗୁଡ଼ିକ ଉପରେ ଆକ୍ରମଣ କରିଥିଲା ​​ଯେଉଁଠାରୁ ଆତଙ୍କବାଦୀ ଆକ୍ରମଣ ଯୋଜନା ଏବଂ ଅପରେସନ କରାଯାଉଥିଲା। ତେବେ ‘ଅପରେସନ୍ ସିନ୍ଦୂର’ ଅଧୀନରେ ସାରା ରାତି ଜାରି ରହିଥିବା ସଠିକ୍ ଆକ୍ରମଣରେ ମୋଟ ନଅଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ତିନୋଟି ଲସ୍କର ଏବଂ ଚାରୋଟି ଜୈଶ ଲଞ୍ଚ ପ୍ୟାଡ୍ ଅନ୍ତର୍ଭୁକ୍ତ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ କହିଥିଲେ, ପହଲଗାମ ଆତଙ୍କବାଦୀ ଆକ୍ରମଣର ନିଆଯିବ। ଏହି ଅପରେସନ ମାଧ୍ୟମରେ ଭାରତ ତା’ର ସଂକଳ୍ପକୁ ପୁରା କରିଥିବା କୁହାଯାଉଛି।