Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଆକ୍ସନ ମୋଡରେ କେଜ୍ରିଓ୍ଵାଲ୍, ଡକାଇଲେ ମନ୍ତ୍ରିସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଉପ ରାଜ୍ୟପାଳ ବନାମ ଦିଲ୍ଲୀ ସରକାରଙ୍କ ଲଢେଇରେ ଆମ୍ ଆଦମୀ ପାର୍ଟି(ଆପ୍) ସରାକରକୁ ଆଜି ବଡ଼ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସାର୍ବଜନୀନ ଆଦେଶ, ଭୂମି ଏବଂ ପୋଲିସକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବିଭାଗ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣରେ ରହିବେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତିରେ ଆପ୍ ଶିବିର ଉତ୍ସାହିତ ହୋଇ ଉଠିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଧନ୍ୟବାଦ ଜଣାଇ ଏହା ଗଣତନ୍ତ୍ରର ବିଜୟ ବୋଲି କହିଛନ୍ତି। ଏହି ନିଷ୍ପତ୍ତିରେ ଦିଲ୍ଲୀର ବିକାଶ ଆହୁରି ତ୍ଵରାନ୍ଵିତ ହେବ। ନୂତନ ଅଧିକାର ମିଳିବା ମାତ୍ରେ କେଜ୍ରିଓ୍ଵାଲ ଆକ୍ସନ ମୋଡକୁ ଆସିଛନ୍ତି ଏବଂ ମନ୍ତ୍ରିସ୍ତରୀୟ ବୈଠକ ଡକାଇଛନ୍ତି।

କେଜ୍ରିଓ୍ଵାଲ କୋର୍ଟଙ୍କ ନିଷ୍ପତ୍ତି ପରେ ଟୁଇଟ୍ କରି ଲେଖିଛନ୍ତି, ଦିଲ୍ଲୀବାସୀଙ୍କ ସହ ନ୍ୟାୟ କରିଥିବାରୁ ମାନନୀୟ ସୁପ୍ରିମକୋର୍ଟଙ୍କୁ ହୃଦୟରୁ ଧନ୍ୟବାଦ। ଏହି ନିର୍ଣ୍ଣୟରେ ଦିଲ୍ଲୀର ବିକାଶର ଗତି ଅନେକ ଗୁଣରେ ବଢିଯିବ। ଗଣତନ୍ତ୍ରର ବିଜୟ ହୋଇଛି। କୋର୍ଟଙ୍କ ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ଆଜି ମନ୍ତ୍ରିସ୍ତରୀୟ ବୈଠକ ଡକାଇଛନ୍ତି। କୁହାଯାଉଛି ସୁପ୍ରିମକୋର୍ଟଙ୍କଠୁ ମିଳିଥିବା ଅଧିକାର ପରେ ଆପ୍ ସରକାର କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। କାରଣ ଉପ ରାଜ୍ୟପାଳ ବନାମ ଦିଲ୍ଲୀ ସରକାରଙ୍କ ଲଢେଇରେ ରାଜଧାନୀ ଦିଲ୍ଲୀର ଅନେକ ଉନ୍ନୟନ ମୂଳକ କାମ ପ୍ରଭାବିତ ହୋଇଥିଲା। ଫାଇଲ୍ ପଡ଼ି ରହିବାରୁ ଅନେକ କାମ ଅଧାରେ ଅଟକି ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ