+୩ର ସପ୍ତମ ସ୍ଥାନରେ ରହିଲେ ନାକଟିଦେଉଲର ଝାନ୍ସୀରାଣୀ


ସମ୍ବଲପୁର:ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର +୩ ଶିକ୍ଷା ସମ୍ମାନ ଶ୍ରେଣୀର ଛାତ୍ରୀ କୁମାରୀ ଝାନ୍ସୀ ରାଣୀ ସାହୁ ସମ୍ବଳପୁର ବିଶ୍ଵବିଦ୍ୟାଳୟ ର ଅଧୀନ ରେ ହେଇଥିବା +୩ ଫାଇନାଲ୍ ପରୀକ୍ଷା ରେ ୧୦ ପଏଣ୍ଟରୁ ୮.୭୬ ପଏଣ୍ଟ ହାସଲ କରି ସପ୍ତମ ସ୍ଥାନ ଅଧିକାର କରିଛନ୍ତିି । କୁମାରୀ ଝାନ୍‌ସୀ ଜଗନ୍ନାଥ ପ୍ରସାଦ ନିବାସୀ ସ୍ଵର୍ଗତ ରଘୁନାଥ ସାହୁ ଓ ସରସ୍ଵତୀ ଶିଶୁ ମନ୍ଦିର ର ଶିକ୍ଷୟତ୍ରୀ କଲ୍ୟାଣୀ ବେହେରା ଙ୍କ ୨ୟ କନ୍ୟା ଅଟନ୍ତି । ସେ ଜଣେ ମଧ୍ୟ ବାଗ୍ମୀ ବକ୍ତା । ସେ ପୂର୍ବରୁ ଜଗନ୍ନାଥ ପ୍ରସାଦ ଶିଶୁ ମନ୍ଦିର ଓ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ଥିଲେ । ଝାନ୍ସୀ ଙ୍କ ସଫଳତା ପାଇଁ +୩ ଓ +୨ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଅଭିନନ୍ଦନ ଜଣାଇ ଛନ୍ତି ।