ଅପରେସନ ସିନ୍ଦୂରକୁ ରାହୁଲ ଗାନ୍ଧୀଙ୍କ ସମର୍ଥନ


ଓଡ଼ିଶା ଡଟ୍ ନ୍ୟୁଜ୍: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତର ଆରମ୍ଭ କରିଛି ଅପରେସନ ସିନ୍ଦୂର । ପିଓକେରେ ଥିବା ୯ଟି ଆତଙ୍କବାଦୀ ଶିବିରକୁ ଧ୍ବଂସ କରି ଦେଇଛନ୍ତି ଭାରତୀୟ ସେନା । ଯାହାକୁ ନେଇ ବିଭିନ୍ନ ମହଲରୁ ସମର୍ଥନ ମିଳିବାରେ ଲାଗିଛି । ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅପରେସନ ସିନ୍ଦୂରକୁ ସମର୍ଥନ କରିଛନ୍ତି ।

ପହଲଗାମ ଆକ୍ରମଣର ବ୍ଲୁ-ପ୍ରିଣ୍ଟ ଲେଖାଯାଇଥିବା ପିଓକେର ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଗତ ରାତିରେ ଏୟାର ଷ୍ଟ୍ରାଇକ କରିଛି । ଏହାକୁ ନେଇ ରାହୁଲ ପ୍ରତିକ୍ରିୟା ରଖିଛନ୍ତି । ଭାରତୀୟ ସେନାର ଏହି ଆକ୍ରମଣକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି ରାହୁଲ ଏବଂ ତାଙ୍କ ସହ ଏହି ଆକ୍ରମଣକୁ ପୂରା କଂଗ୍ରେସ ଦଳ ପୂର୍ଣ୍ଣ ସମର୍ଥନ ଜଣାଇଛି । 

ଭାରତୀୟ ସେନା ପାଇଁ ‘ଜୟ ହିନ୍ଦ୍’ ସ୍ଲୋଗାନ ଦେଇଛନ୍ତି ରାହୁଲ ଗାନ୍ଧୀ । ଭାରତୀୟ ସଶସ୍ତ୍ର ବଳକୁ ନେଇ ସେ ଗର୍ବିତ । ତାଙ୍କ ସହ ଅନ୍ୟ କଂଗ୍ରେସ ନେତା ମଧ୍ୟ ଭାରତର ଆକ୍ରମଣକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଏଭଳି ଆକ୍ରମଣ ଦେଶର ସ୍ବାଭିମାନ ପାଇଁ ଜରୁରୀ ଥିଲା ବୋଲି କହିଛନ୍ତି ।