Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୫ତମ ସିଲଭର୍ ଜୁବିଲୀ ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସମ୍ବଲପୁର:କ୍ରାନ୍ତି କ୍ଲବ, ରେମେଡ୍ ଦ୍ୱାରା ଆୟୋଜିତ ଏସଏସ ମେମୋରିଆଲ୍ ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୨୫ତମ୍ ସିଲଭର୍ ଜୁବିଲୀ ଆଜି ଶୁଭାରମ୍ଭ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୦ ତାରିଖ ଯାଏ ସନ୍ଧ୍ୟା ୭ ଟା ରୁ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଚାଲିବ, ଯାହାର ଫାଇନାଲ୍ ମ୍ୟାଚ୍ ୧୦ ତାରିଖ ରାତିରେ ହେବ।
ଏଥିରେ ୧୨ଟି ଜିଲ୍ଲା ଓ ୨ଟି ଅନ୍ୟ ରାଜ୍ୟର ଟିମ ଅଂଶଗ୍ରହଣ କରୁଛନ୍ତି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ମଣ୍ଡଳ ସଭାପତି ଶ୍ରୀ ରିକି ବେହେରା ସମ୍ମାନିତ ଅତିଥି ଭାବେ ରେମେଡ୍ ଗ୍ରାମ ସଭାପତି ବୃନ୍ଦାବନ ମହତ୍ତମ, ପୂର୍ବତନ ଓାର୍ଡ କାଉନ୍ସିଲର ଦିଲୀପ ଚୌବେ, ସୁବାସ ପୋଢ଼, କମଲ ଲୋଚନ ପ୍ରଧାନ, ଶରତ ଗୁରୁ, ରାହୁଲ ମୋଦକ ପ୍ରମୁଖ ଉପସ୍ଥିତ ଥିଲେ।
ଆଜିର ପ୍ରଥମ ମ୍ୟାଚ୍ ସୋନପୁର ଓ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇ ସମ୍ବଲପୁର ଦଳ ୫. ୫ ଓଭରରେ ୮୫ରନ୍ କରି ରୋମାଞ୍ଚକ ଭାବେ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍ ଦର୍ଶକମାନେ ଉତ୍ସାହରେ ଭରିଦେଇଥିଲେ।
କ୍ରାନ୍ତି କ୍ଲବର ସମସ୍ତ ଯୁବା ସଦସ୍ୟମାନେ ଏହି ଆୟୋଜନରେ ସକ୍ରିୟ ଭାଗ ନେଇଥିଲେ।ଆୟୋଜନ ହେବାକୁ ଥିବା ବିଭିନ୍ନ ଦିନରେ ମନ୍ତ୍ରୀ, ବିଧାୟକ, ସାଂସଦ, କଲେକ୍ଟର, କମିଶନର ଓ ସାମାଜିକ କର୍ମୀମାନେ ଅତିଥି ଭାବେ ଉପସ୍ଥିତ ରହିବା କାର୍ଯ୍ୟକ୍ରମ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ