Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପରେସନ ସିନ୍ଦୁର:ସଫଳତା କୁ ନେଇ ବିଜେପି କାର୍ଯ୍ୟାଳୟ ରେ ବିଜୟ ଉତ୍ସବ

ସମ୍ବଲପୁର:ଗତକାଲି ମଧ୍ୟରତ୍ରି ପରେ ଭାରତୀୟ ସେନା ପକ୍ଷାରୁ କରାଯାଇଥିବା ଅପରେସନ ସିନ୍ଦୁର ର ଅଭୂତପୂର୍ବ ସଫଳତା ପରେ ସମଗ୍ର ଦେଶରେ ଖୁସି ର ଲହରୀ ଖେଳି ଯାଇଛି । ଗତ ୨୨ ତାରିଖ ରେ ପେହେଲଗାଁଓ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ କୋଟି କୋଟି ଭାରତୀୟ ଙ୍କ ମନରେ ଥିବା ଆକ୍ରୋଶ କିଛି ମାତ୍ରା ରେ ପାସମିତ ହେଇଛି । ପେହେଲଗାଁଓ ଘଟଣା ରେ ଶହୀଦ ହୋଇଥିବା ହିନ୍ଦୁ ପୁରୁଷ ଙ୍କ ପାରିବାର ବର୍ଗ ଙ୍କୁ ମଧ୍ଯ ମିଳିଛି କିଛି ମାତ୍ରା ରେ ଆଶ୍ୱସ୍ତି । ଆଜି ଭୋର ରୁ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ରେ ଖବର ପ୍ରସାରଣ ହେଲା ପରେ ସାରା ଦେଶରେ ଖୁସି ଓ ଉତ୍ସାହ ର ବାତାବରଣ ପରିଲକ୍ଷିତ ହୋଇଛି । ସମଗ୍ର ଦେଶ ରେ କୋଣ ଅନୁକୋଣରେ ଲୋକେ ଏହି ଐତିହାସିକ ଓ ସଫଳ ଘଟଣା କୁ ନେଇ ଉତ୍ସବ ପାଳନ କରୁଛନ୍ତି ।
ଏହି ମର୍ମ ରେ ଆଜି ସମ୍ବଲପୁର ବିଜେପି ପକ୍ଷରୁ ସ୍ଥାନୀୟ କଚେରୀ ରୋଡ ସ୍ଥିତ କାର୍ଯ୍ୟାଳୟ ରେ ଉତ୍ସବ ପାଳନ କରାଯାଇଥିଲା । ଦଳୀୟ ପଦାଧିକାରୀ ଓ କର୍ମୀ ମାନେ ଏକତ୍ରିତ ହୋଇ ଆତସବାଜି କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଭରତ ମାତା କି ଜୟ, ବନ୍ଦେମାତରମ୍, ଭାରତୀୟ ସେନା ଜିନ୍ଦାବାଦ, ପାକିସ୍ଥାନ ମୂର୍ଦାବାଦ ଭଳି ସ୍ଲୋଗାନ ରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା ।
ସୁଶାନ୍ତ ପୁରୋହିତ ଙ୍କ ନେତୃତ୍ୱ ରେ ହୋଇଥିବା ଆଜିର କାର୍ଯ୍ୟକ୍ରମ ରେ ମାନସ ରଞ୍ଜନ ବକ୍ସି, ଅବିନାଶ ନନ୍ଦ, ରିକି ବେହେରା, ଦିଲୀପ ଶର୍ମା, ପରାଗ ଅଗ୍ରୱାଲ, ଅଜିତ ବେହେରା, ସୁବ୍ରତ ପାଣିଗ୍ରାହୀ, ମୋହନ ପଣ୍ଡା, ଆନନ୍ଦ ବହିଦାର, ମଙ୍ଗଳ ଚୌଧୁରୀ, ରାଜନ ସିଂ, ଗୋପଲ ଅଗ୍ରୱାଲ, ସୂର୍ଯ୍ୟ କୁମାର ସାହୁ, ଦୀପକ ଦାସ, ଧିରଜ କରାଲି, ସନ୍ତୋଷ ଡାଲୁଆ, ରାଜ କୁମାର ଯାଦବ, ଶିବ ସୁନା ପ୍ରାମୁଖ ସାମିଲ ଥିଲେ ।
ଆଜିର ଅପରେସନ ସିନ୍ଦୁର ର ସଫଳତା କୁ ନେଇ ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି କହିଛନ୍ତି ଯେ ମୋଦି ସରକାର ର ଆତଙ୍କବାଦ କୁ ନେଇ ରହିଥିବା “ଜିରୋ ଟୋଲୋରେନ୍ସ ନୀତି” ପୁସ୍ତକ ରେ ଆଜି ଆଉ ଏକ ସଫଳତା ର ପୃଷ୍ଠା ଯୋଡି ହୋଇଛି । ଉରି ଆକ୍ରମଣ ପରେ ସର୍ଜିକଲ୍ ଷ୍ଟ୍ରାଇକ, ପୁଲବାମା ଆକ୍ରମଣ ପରେ ବାଲାକୋଟ ଏଆର ଷ୍ଟ୍ରାଇକ ଓ ଏବେ ପେହେଲଗାଓଁ ଆକ୍ରମଣ ପରେ ଅପରେସନ ସିନ୍ଦୁର ମୋଦୀ ଜୀ ଙ୍କ ଦୃଢ଼ ଓ ବଳିଷ୍ଠ ନେତୃତ୍ବ ସହ ଭାରତୀୟ ସେନା ର ପରାକ୍ରମ ଓ ପରାକାଷ୍ଠା କୁ ପ୍ରତିପାଦନ କରିଛି । ମୋଦୀ ଜି ଙ୍କ ନେତୃତ୍ୱ ରେ ଦେଶ ବଦଳିଛି, ଆର୍ଥିକ ଓ ସାମରିକ କ୍ଷେତ୍ରରେ ମଜଭୁତ ଓ ଆତ୍ମନିର୍ଭରଶୀଳ ହୋଇଛି । ମୋଦୀ ସରକାର ଓ ଭାରତୀୟ ସେନା ଆଜି ପୁଣି ଥରେ ୧୪୦ କୋଟି ଦେଶବାସୀ ଙ୍କ ବିଶ୍ୱାସ ଜିତିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ