୫୪୦ ଟଙ୍କା ବଢ଼ିଲା ସୁନା ଦର


ଓଡ଼ିଶା ଡଟ୍ ନ୍ୟୁଜ୍: ପୁଣି ଡେଇଁଲା ସୁନା ଦର । ସ୍ଥିତି ଏମିତି ଯେ, କିଣିବା କଥା ଛାଡନ୍ତୁ, ଭାବିବାକୁ ବି ଲାଗିଲାଣି ଡର । ପ୍ରତିଦିନ ସୁନା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଆଜି ସୁନାର ମୂଲ୍ୟ ୫୪୦ ଟଙ୍କା ବୃଦ୍ଧି ପାଇଛି । ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫୦୦ଟଙ୍କା ବୃଦ୍ଧି ପାଇଛି । ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୫୪୦ ଟଙ୍କା ‍ବୃଦ୍ଧି ପାଇଛି ।

ରାଜଧାନୀ ଭୁବନେଶ୍ୱର ଓ କଟକରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୫୦୦ ବୃଦ୍ଧି ପାଇଛି । ୨୪ କ୍ୟାରେଟ୍ ସୁନା ୫୪୦ ଟଙ୍କା ବୃଦ୍ଧି ପାଇଛି । ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୯୮, ୪୬୦ ଟଙ୍କା ରହିଥିଲା। ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୪୦ ଟଙ୍କା ବୃଦ୍ଧି ପାଇ ୯୯,୦୦୦ ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୦୦ଟଙ୍କା ବୃଦ୍ଧି ପାଇ ୯୦,୨୫୦ ଟଙ୍କାରୁ ୯୦,୭୫୦ଟଙ୍କା ହୋଇଛି ।