Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମାଜିକ ଗଣମାଧ୍ୟମ ରେ ଭାଇରାଲ୍ ପରେ ଚର୍ଚ୍ଚା,ଏନ୍ଏସି ତାଳିକା ରୁ ରେଙ୍ଗାଲି ପଡିଲା କି ବାଦ୍ !

ସମ୍ବଲପୁର:ବିଜେଡି ସରକାର ଅମଳ ରେ ପୂର୍ବ ରୁ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଏବଂ ବାମରା କୁ ଏନ୍ ଏ ସି କରାଯିବ ବୋଲି ଘୋଷଣା କରାଯାଇଥିଲା। ନିର୍ବାଚନ ରେ ବିଜେଡି ପରାଜିତ ହୋଇ ବିଜେପି ସରକାର କ୍ଷମତାସୀନ ହେଲା ପରେ ପୂର୍ବ ସରକାର ଙ୍କ ଏନ୍ ଏ ସି ଘୋଷଣା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ। ତେବେ ଗତ କାଲି ଏକ ବୈଦ୍ୟୁତିକ ଗଣମାଧ୍ୟମ ରେ ନୂତନ ଏନ୍.ଏ.ସି ଘୋଷଣା ସଂକ୍ରାନ୍ତ ରେ ପ୍ରସାରିତ ଖବର ରେ ରେଙ୍ଗାଲି ବାଦ୍ ପଡିଥିବା ର ଦେଖି ଜନସାଧାରଣ ରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ଫେସ୍ ବୁକ୍ ୟୁଜର୍ ରେଙ୍ଗାଲି ଓ ବାମରା ଏନ୍ ଏ ସି ତାଲିକା ରୁ କାହିଁକି ବାଦ୍ ପଡିଲା ବୋଲି ପ୍ରଶ୍ନ କରୁଥିବାର ଦେଖିବାକୁ ମିଳୁଛି।ରେଙ୍ଗାଲି ଅଞ୍ଚଳ ର ଜନସାଧାରଣ ରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ରେଙ୍ଗାଲି କୁ ଏନ୍.ଏ.ସି ମାନ୍ୟତା ଦେବା ସହିତ ଆଖପାଖ ବ୍ଲକ ର କିଛି ପଞ୍ଚାୟତ କୁ ନେଇ ରେଙ୍ଗାଲି ସବ୍ ଡିଭିଜନ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ହେଲା ଦାବୀ ହୋଇଆସୁଛି।
ଉଲ୍ଲେଖଯୋଗ୍ଯ ଯେ ରେଙ୍ଗାଲି କୁ ଏନ ଏସି ଘୋଷଣା କରାଯିବାକୁ ଦୀର୍ଘ ବର୍ଷ ହେଲା ଜନସାଧାରଣ ଦାବୀ କରିଆସୁଛନ୍ତି। ଶିଳ୍ପାୟନ ପରେ ରେଙ୍ଗାଲି ପଞ୍ଚାୟତ ର ଜନ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇ ୧୧ହଜାର ରୁ ଉର୍ଦ୍ଧ୍ବ କୁ ଛୁଇଁଲାଣି। ରେଙ୍ଗାଲି ଗାଁ ରୁ ସହର ରେ ପରିଣତ ହୋଇ ସାରିଲାଣି। କିନ୍ତୁ ସହର ପାଇଁ ଆବଶ୍ୟକ ମୌଳିକ ଭିତ୍ତିଭୂମି ର କୌଣସି ବ୍ୟବସ୍ଥା ନାହିଁ। ସହର ପାଇଁ ଆବଶ୍ୟକ ପରିମଳ, ଷ୍ଟ୍ରିଟ୍ ଲାଇଟ୍, ପାର୍କ୍, ଟାଉନ୍ ହଲ୍, ସ୍ବାସ୍ଥ୍ୟ ସେବା, ପାନିୟ ଜଳ ଆଦି ମୌଳିକ ଭିତ୍ତି ଭୂମି ର ବିକାଶ ପଞ୍ଚାୟତ କୁ ଆସୁଥିବା ଅନୁଦାନ ରେ ସମ୍ପନ୍ନ କରାଯିବା ଅସମ୍ଭବ ହେଉଥିବାରୁ ରେଙ୍ଗାଲି କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ରେଙ୍ଗାଲି ବିଡିଓ ଙ୍କ ପତ୍ର ସଂଖ୍ୟା ୧୫୧୧ ତା.୧୫।୭। ୨୦୧୫ ଅନୁସାରେ ତା.୩୧।୭।୨୦୧୫ ଦିନ ରେଙ୍ଗାଲି ଗ୍ରାମପଞ୍ଚାୟତ ଅଫିସ ପ୍ରାଙ୍ଗଣ ରେ ଏକ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା। ଗ୍ରାମ ସଭା ରେ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ସଭା ରେ ଉପସ୍ଥିତ ସମସ୍ତ ଜନସାଧାରଣ ସ୍ବାଗତ ଓ ସମ♥️ର୍ଥନ ଜଣାଇଥିଲେ। ରେଙ୍ଗାଲି ପଞ୍ଚାୟତ ସୀମାନ୍ତ ରେ ଥିବା ପଡୋଶୀ ପଞ୍ଚାୟତ ର କିଛି ଗ୍ରାମ କୁ ସଂପୃକ୍ତ ଗ୍ରାମବାସୀଙ୍କ ସହମତି ରେ ରେଙ୍ଗାଲି ଏନଏସି ରେ ଅନ୍ତର୍ଭୁକ୍ତ କରାଯିବାକୁ ଜନଶୁଣାଣୀରେ ପ୍ରସ୍ତାବ ଗୃହୀତ ହୋଇଥିଲା। ରାଜ୍ଯ ସରକାର ରେଙ୍ଗାଲି ଏନ୍ ଏ ସି ଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ ଜନସାଧାରଣ ରେ ଦାବୀ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ