Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁପ୍ରିମକୋର୍ଟଙ୍କ ପରିସମାପନ ଘୋଷଣାକୁ ପୁନଃ ବିଚାର ପାଇଁ ଜେଏସଡବ୍ଲୁ କର୍ମଚାରୀଙ୍କ ବିକ୍ଷୋଭ

ସମ୍ବଲପୁର:ଦେଶର ମାନ୍ୟବର ସୁପ୍ରିମକୋର୍ଟ ନିକଟରେ ସମ୍ବଲପୁର ଜିଲ୍ଲା ଠେଲକୋଲେଇ ସ୍ଥିତ ଜେଏସଡବ୍ଲୁ କମ୍ପାନୀ କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ନିଜ ରାୟରେ ଜେଏସଡବ୍ଲୁ ପରିସମାପନ କରିବାକୁ ନେଇ ଘୋଷଣା କରିଛନ୍ତି। ତେବେ ଏହାକୁ ନେଇ ବୁଧବାର ଦିନ ଶତାଧିକ ସଂଖ୍ୟାରେ ଜେଏସଡବ୍ଲୁ କର୍ମଚାରୀ ଓ ଶ୍ରମିକମାନଙ୍କ ମିଳିତ ପ୍ରତିବାଦ ଜେଏସଡବ୍ଲୁ କମ୍ପାନୀ ମୁଖ୍ୟ ଫାଟକ ଆଗରେ ଦେଖିବାକୁ ମିଳିଥିଲା। ତେବେ ଶତାଧିକ ଶ୍ରମିକ ତଥା କର୍ମଚାରୀ ମାନେ ଏକତ୍ରିତ ହୋଇ ଏକ ସ୍ବରରେ ସୁପ୍ରିମକୋର୍ଟଙ୍କ ପରିସମାପନ ଘୋଷଣାକୁ ପୁନଃ ବିଚାର କରିବାପାଇଁ ଅନୁରୋଧ କରିଛନ୍ତି। ଏଥିସହ ଜେଏସଡବ୍ଲୁ କମ୍ପାନୀ ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରମିକ ତଥା କର୍ମଚାରୀଙ୍କ ପରିବାର ପ୍ରତିପୋଷଣ ହେଉଥିବା ବେଳେ ପରୋକ୍ଷରେ ଅସଂଖ୍ୟ ଲୋକଙ୍କ ଜିବନ ଜିବିକା ଜେଏସଡବ୍ଲୁ କମ୍ପାନୀ ଉପରେ ନିର୍ଭରଶୀଳ ରହିଥାଏ। ତେବେ ସୁପ୍ରିମକୋର୍ଟ ଙ୍କ ପରିସମାପନ ଘୋଷଣା ନିର୍ଦ୍ଦେଶ ପରେ ମାନ୍ୟବର କୋର୍ଟ ନିଜ ରାୟର ପୁନଃ ବିଚାର ପାଇଁ ଜେଏସଡବ୍ଲୁ କର୍ମଚାରୀଙ୍କ ଦାବି କରି ପ୍ରତିବାଦ କରିଥିଲେ। ଏହାସହ ଜେଏସଡବ୍ଲୁ ର ସବୁ କର୍ମଚାରୀ ତଥା ଶ୍ରମିକ ମାନେ ଏନେଇ ରେଙ୍ଗାଲି ତହସିଲଦାରଙ୍କ ମାଧ୍ୟମରେ ଏକ ପୁନର୍ବିଚାର କରିବାକୁ ସ୍ମାରକପତ୍ର କୁ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସର୍ବୋଚ୍ଚତମ ନ୍ୟାୟାଳୟର ମୁଖ୍ଯ ବିଚାରପତି ଓ ଓଡ଼ିଆର ମୁଖ୍ଯମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ବୁଧବାର କମ୍ପାନୀ ଫାଟକ ସମ୍ମୁଖରେ ଅନୁଷ୍ଠିତ କର୍ମଚାରୀ ଓ ଶ୍ରମିକମାନଙ୍କ ମିଳିତ ପ୍ରତିବାଦ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ପଞ୍ଚାୟତିରାଜ ଜନପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ରହି ସୁପ୍ରିମକୋର୍ଟଙ୍କ ପରିସମାପନ ଘୋଷଣାକୁ ପୁନଃ ବିଚାର ପାଇଁ ଦାବିକୁ ସମର୍ଥନ ଜ୍ଞାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ