Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧନୁପାଲି ଶିଶୁ ବିଦ୍ୟା ମନ୍ଦିର ରେ ମେଧାବୀ ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର:ଧନୁପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ଶିଶୁ ଭାଉ ଭଉଣୀଙ୍କ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଛଅ ଜଣ ମେଧାଵୀ ଙ୍କ ବ୍ୟତୀତ ପ୍ରାଦେଶିକ ମେଧା ବୃତ୍ତି ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପ୍ରାପ୍ତ କରିଥିବା ଶିଶୁ ଭାଇ ଭଉଣୀ ଙ୍କୁ ସମର୍ଦ୍ଧିତ କରାଯାଇଥିଲା l ଉକ୍ତ ଉତ୍ସବ ରେ ବିଦ୍ୟାଳୟ ର ସଭାପତି ଡ଼କ୍ଟ ଦେବେନ୍ଦ୍ର ପଣ୍ଡା ମହୋଦୟ ଦୀପ ପ୍ରଜ୍ବଳନ କରି କାର୍ଯ୍ୟ କ୍ରମ କୁ ଅନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ l ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିଭୁ ପ୍ରସାଦ ମହାପାତ୍ର ମହୋଦୟ ଅତିଥି ମାନଙ୍କ ପରିଚୟ ସହ ମେଧାବିନି ମାନଙ୍କ ଜୀବନୀ ବୃତ୍ତ କଥନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଉପସଭାପତି ଡା କ୍ତର ଝାଙ୍କର, ସମ୍ପାଦକ ଜୟ ଶଙ୍କର ପାଢ଼ୀ, ଯୁଗ୍ମ ସମ୍ପାଦକ ଅଭିମନ୍ୟୁ ସାହୁ, ସଂକୁଳ ପ୍ରମୁଖ ପ୍ରମୋଦ ପାଢ଼ୀ, ସଂକୁଳ ସଂଯୋଜଗ ଶ୍ରୀଯୁକ୍ତ ଦିଲୀପ ପାଢ଼ୀ, ବରିଷ୍ଠ ନାଗରିକ କମିଟିର ଉପଦେଷ୍ଠା ଶ୍ରୀଯୁକ୍ତ ପ୍ରଦୀପ ପଣ୍ଡା, ଶ୍ରୀଯୁକ୍ତ ରାମଚନ୍ଦ୍ର ସେଠ ମହୋଦୟ ଉପସ୍ଥିତ ଥିଲେ l ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ଡ଼କ୍ଟ ପଣ୍ଡା ମେଧାବିନି ମାନଙ୍କୁ ସମ୍ବୋଧନ କରି ଉଜ୍ବଳ ଭବିଷ୍ୟତ କାମନା କରିଥିଲେ l ବରିଷ୍ଠ ନାଗରିକ କମିଟିର ଶ୍ରୀଯୁକ୍ତ ପଣ୍ଡା ମହୋଦୟ ଭବିଷ୍ୟତ ରେ ଏହି ଛଜଣ ପ୍ରତିଭାଭଗିନୀଙ୍କ ଠାରୁ ଉଚ୍ଚ ଆଶl ରଖୁଅଛି ବୋଲି ତାଙ୍କ ଅବିଭିଭାଷଣରେ ମତବ୍ୟକ୍ତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ମେଧାବୀ, ମେଧାବୀନିଙ୍କ ପିତାମାତା, ମାତୃ ଭାରତୀ ଭଗିନୀ, ପୂର୍ବ ଛାତ୍ର କର୍ମକର୍ତା, ବିଦ୍ୟାଳୟ ର ଗୁରୁଜୀ ଗୁରୁମା, ପ୍ରମୁଖ ଉପସ୍ଥିତ ଥିଲେ l ସଂଯୋଜନା ଶ୍ରୀମତୀ ସବିତା ମହାପାତ୍ର କରିଥିଲେ l ବିଦ୍ୟାଳୟ ର ସମ୍ପାଦକ ମହୋଦୟ ଶେଷରେ ଧନ୍ୟ ବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ